ଏଇ ଭାରତରେ

ପ୍ରାଣୀ ସେବାରେ ଗଭୀର ବିଶ୍ୱାସ ରଖିଥିବା ପିପଲ ଫାର୍ମ ଭଳି ଏକ ବେସରକାରୀ ସଂସ୍ଥା ବୁଲା କୁକୁରଙ୍କୁ ପ୍ରତିଦିନ ଖାଇବାକୁ ଦେଉଛି। ଉକ୍ତ ଫାର୍ମ ହିମାଚଳପ୍ରଦେଶର ସ୍ପିତି ଭ୍ୟାଲିରେ ରହିଛି। ପ୍ରତ୍ୟେକ ଦିନ ଏହି ଫାର୍ମ ପାଖାପାଖି ୪୦୦ କୁକୁରଙ୍କୁ ଖାଇବାକୁ ଦେବାର ବ୍ୟବସ୍ଥା କରିଛି। ଭ୍ୟାଲିରେ ପ୍ରବଳ ଥଣ୍ଡା ଯୋଗୁ ଗତ ଡିସେମ୍ବରରେ ବହୁ କୁକୁରଙ୍କର ଖାଇବା ବିନା ମୃତ୍ୟୁ ଘଟିଥିଲା। ଏହାକୁ ଲକ୍ଷ୍ୟକରି ପିପଲ ଫାର୍ମ ‘ସ୍ପିତି ଡଗ୍ସ ଫିଡିଂ ଓ୍ବିଣ୍ଟର ପ୍ରୋଗ୍ରାମ’ ଆରମ୍ଭ କରି ସ୍ଥାନୀୟ ମହିଳାଙ୍କ ସହଯୋଗରେ କୁକୁରଙ୍କୁ ଖାଇବାକୁ ଦେଉଛି। ଏଥିରେ ଭ୍ୟାଲିର ୬ଟି ଗାଁରୁ ୧୨ ଜଣ ମହିଳା କାର୍ଯ୍ୟ କରୁଛନ୍ତି ଓ ସେମାନେ ପ୍ରତିଦିନ ରୋଷେଇ କରିବା ସହ ପ୍ୟାକେଟ ପ୍ରସ୍ତୁତ କରନ୍ତି। ଦାନରେ ମିଳୁଥିବା ଅର୍ଥ ଏହି କାର୍ଯ୍ୟରେ ଖର୍ଚ୍ଚ କରାଯାଉଛି। ତିନି ମାସ ମଧ୍ୟରେ ଏ ବାବଦରେ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି। ପ୍ରତିଦିନ କୁକୁରଙ୍କ ପାଇଁ ୫୦-୬୦ କେ.ଜି. ଖାଦ୍ୟ ରୋଷେଇ ହେଉଛିି। ଖାଦ୍ୟ ପ୍ରସ୍ତୁତ ହେବା ପରେ ତାହାକୁ ପ୍ୟାକେଟ କରି ଭ୍ୟାଲିର ୬ଟି ଗାଁକୁ ଯାଉଥିତ୍ବା ପର୍ଯ୍ୟଟକଙ୍କ ହାତରେ ପଠାଯାଇ ସେଠାରେ କୁକୁରଙ୍କୁ ଦିଆଯାଉଛି। ବହୁ ସମୟରେ ଏହି ମହିଳାମାନେ ନିଜେ ଖାଦ୍ୟ ନେଇ କୁକୁରଙ୍କୁ ଖାଇବାକୁ ଦେଉଛନ୍ତି।