ଏଇ ଭାରତରେ

ପ୍ରଦୂଷଣ ରୋକିବାରେ କେରଳର ଗୋଟିଏ ଦମ୍ପତିଙ୍କ ଅଭିନବ ଉପାୟ ଏକ ଉଦାହରଣ ସୃଷ୍ଟି କରିଛି। ବିନୟ କୁମାର ବାଲ୍‌କ୍ରିଷ୍ଣନ ଏବଂ ତାଙ୍କ ସ୍ତ୍ରୀ ଇନ୍ଦିରା ଗହମ ଓ ଧାନ କୁଣ୍ଡାରୁ ଏଡିବଲ ଟେବୁଲଓ୍ବେର୍‌ ବା ଖାଇବାଯୋଗ୍ୟ ଚାମଚ, କଣ୍ଟାଚାମଚ, କପ୍‌, ପ୍ଲେଟ, ଠୋଲା ଆଦି ଜିନିଷ ତିଆରି କରୁଛନ୍ତି। ଏହାଦ୍ୱାରା ପ୍ଲାଷ୍ଟିକ ବ୍ୟବହାର କମ୍‌ ହୋଇପାରୁଛି। ସେ ପୋଲାଣ୍ଡ ଗସ୍ତରେ ଥିବାବେଳେ ଏଭଳି ଜିନିଷ ତିଆରି କରୁଥିବା କମ୍ପାନୀ ଦେଖିଥିଲେ। ପରେ ସେଠାରୁ ଫେରି ୨୦୧୮ରେ ‘ଥୁଶାନ’ ସଂସ୍ଥା ଗଠନ କରି ତାଙ୍କ ସ୍ତ୍ରୀଙ୍କ ସହାୟତାରେ ଏହି କାର୍ଯ୍ୟ ଆରମ୍ଭ କରିଥିତ୍ଲେ। ସେ କାଉନ୍‌ସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌) ଅଧୀନସ୍ଥ ଥିରୁଭାନନ୍ତପୁରମ୍‌ର ନ୍ୟାଶନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଇଣ୍ଟରଡିସିପ୍ଲିନାରୀ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏନ୍‌ଆଇଆଇଏସ୍‌ଟି) ସହଯୋଗରେ ଦେଢ ବର୍ଷରେ ମେଶିନ୍‌ ତିଆରି କରି ଉପତ୍ାଦନ ଆରମ୍ଭ କରିିଥିଲେ। ଏବେ ତାଙ୍କ ଫ୍ୟାକ୍ଟ୍ରିରେ ଦିନକୁ ୧,୦୦୦ ପ୍ଲେଟ୍‌ ସହ ଅନ୍ୟସବୁ ଜିନିଷ ତିଆରି ହେଉଛି। ଏହା ବ୍ୟତୀତ ମାଟିରେ ସହଜରେ ମିଶିଯିବା ଭଳି ଅନ୍ୟ ଜିନିଷ ମଧ୍ୟ ତିଆରି କରାଯାଉଛି। ଏହି ପ୍ଲେଟର ଦାମ୍‌ ଆକାର ଅନୁଯାୟୀ ୩ ଟଙ୍କାରୁ ୨୦ ଟଙ୍କା ଯାଏ ରଖାଯାଇଛି। ଏବେ କମ୍ପାନୀର ଉପତ୍ାଦକୁ କେରଳର ୧୦ଟି ଜିଲାରେ ବିକ୍ରି କରାଯାଉଛି। ଫଳରେ ସିଙ୍ଗଲ ୟୁଜ୍‌ଡ ପ୍ଲାଷ୍ଟିକ୍‌ ବ୍ୟବହାର ବହୁଳ ଭାବେ ହ୍ରାସ ପାଉଛି ବୋଲି କହିଛନ୍ତି ବିନୟ କୁମାର।