ଏଇ ଭାରତରେ

ବର୍ଷେ କି ଦୁଇ ବର୍ଷ ନୁହଁ, ୨୨ ବର୍ଷ ହେଲା ଗୁଜରାଟର ଜଣେ ଶିକ୍ଷକ ଡ୍ୟୁଟି ଆରମ୍ଭ ହେବାର ୨-୩ ଘଣ୍ଟା ପୂର୍ବରୁ ସ୍କୁଲ ଆସୁଛନ୍ତି। କାହିଁକି ଜାଣନ୍ତି? ଭରୁଚର ସରକାରୀ ଶିକ୍ଷକ କମଳେଶ କୋଶମିୟା ସ୍କୁଲରେ ଗଛ ଲଗାଇବା ଲାଗି ବେଳାବେଳି ଆସୁଛନ୍ତି। ପ୍ରତିଦିନ ଗଛ ଲଗାଇବା ଓ ତାହାର ଯନତ୍ ନେବାରେ ସମୟ ଦେବା ଦ୍ୱାରା ଏବେ ସ୍କୁଲର ସବୁ ସ୍ଥାନ ସବୁଜ ହୋଇଯାଇଛି। ୧୯୮୪ରୁ କମଳେଶ ଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏହି କାର୍ଯ୍ୟ କରୁଛନ୍ତି। ଏଥିରେ ସ୍କୁଲ ପିଲାମାନେ ତାଙ୍କୁ ସହଯୋଗ କରୁଛନ୍ତି। ସେ ପିଲାମାନଙ୍କୁ ପରିବେଶ ସୁରକ୍ଷା ସମ୍ପର୍କରେ ମଧ୍ୟ ଶିକ୍ଷା ଦେଉଛନ୍ତି। ପିଲାମାନେ ପରିବେଶକୁ ଭଲ ପାଇଲେ ପୃଥିବୀର ସୁରକ୍ଷା ଉପରେ ଧ୍ୟାନ ରଖିବେ ବୋଲି କହନ୍ତି କମଳେଶ। କେବଳ ସ୍କୁଲ ନୁହେଁ, ଅନ୍ୟ ସ୍ଥାନରେ ବି ସେ ୧ ହଜାରରୁ ଊର୍ଦ୍ଧ୍ୱ ଗଛ ଲଗାଇ ସାରିଲେଣି। ସ୍କୁଲ ଭିତରେ ସବୁଆଡ଼େ ଗଛ ହୋଇଯିବା ପରେ ଏବେ ସେ ପିଲାମାନଙ୍କୁ ବର୍ଜ୍ୟରୁ ଖତ ପ୍ରସ୍ତୁତ କରିବା ଶିଖାଉଛନ୍ତି ଓ ଏହାର ନାମ ରଖିଛନ୍ତି ‘ପରିବେଶ ପ୍ରୟୋଗଶାଳା’। ସେ ସ୍କୁଲ ଗାର୍ଡେନରେ ଅଦରକାରୀ ଜିନିଷ ଉପଯୋଗ କରି ଏକ ଲାଇବ୍ରେରି କରିଛନ୍ତି। ପକ୍ଷୀମାନେ ପାଣି ପିଇବା ପାଇଁ ଗାର୍ଡେନରେ ବ୍ୟବସ୍ଥା ମଧ୍ୟ କରାଯାଇଛି।