ଏଇ ଭାରତରେ

ଆନ୍ଧ୍ରପ୍ରଦେଶର ଦୁଇ ଯୁବ ଇଞ୍ଜିନିୟରଙ୍କ ବର୍ଜ୍ୟ ପରିଚାଳନା ପଦ୍ଧତି ଏକ ଉଦାହରଣ ସୃଷ୍ଟି କରିଛି। ତିରୁପତିର ଦର୍ଶନ ଚାଲ୍ଲୁର ଏବଂ ଚନ୍ଦନ କଙ୍ଗନାପଲ୍ଲୀ ‘ଇକୋଫିନିକ୍ସ’ ଷ୍ଟାର୍ଟଅପ୍‌୍‌ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ସେମାନେ ତିରୁପତି ସହରରୁ ସଂଗୃହୀତ ବର୍ଜ୍ୟରୁ ଖତ ପ୍ରସ୍ତୁତକରି କୃଷକମାନଙ୍କୁ ଶସ୍ତାରେ ବିକ୍ରି କରୁଛନ୍ତି। ମନ୍ଦିର ସହର ତିରୁପତିକୁ ପ୍ରତିବର୍ଷ ପ୍ରାୟ ୪ କୋଟି ଶ୍ରଦ୍ଧାଳୁ ଆସନ୍ତି ଓ ସହରରେ ପ୍ରତିଦିନ ୪ଟନ୍‌ ବର୍ଜ୍ୟ ଠୁଳ ହୁଏ। ଏହା ଯୋଗୁ ପରିବେଶ ପ୍ରଦୂଷଣ ବଢ଼ିଯାଏ। ଏଭଳି ସ୍ଥିତି ଟାଳିବାକୁ ଦର୍ଶନ ଓ ଚନ୍ଦନ ବର୍ଜ୍ୟରୁ ଖତ ତିଆରି କରିବା ଆରମ୍ଭକରି ଏବେ ସଫଳତା ପାଇଛନ୍ତି। ବର୍ତ୍ତମାନ ଦିନକୁ ୧ଲକ୍ଷ କେ.ଜି. ଖତ ପ୍ରସ୍ତୁତ କରାଯାଉଛି। ପ୍ରତି ମାସରେ ଖତ ବିକ୍ରି କରି ସେମାନେ ୧୦ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କେ.ଜି. ପ୍ରତି ଖତ ଦର ରଖାଯାଇଛି ମାତ୍ର ୪ ଟଙ୍କା। ଏହା କୃଷକମାନଙ୍କ ପାଇଁ ବେଶ୍‌ ସହାୟକ ହୋଇପାରୁଛି ବୋଲି କହନ୍ତି ଚନ୍ଦନ।