ଏଇ ଭାରତରେ

ବୟସ ୬ ଛୁଇଁବା କ୍ଷଣି ସବୁକିଛି ଓଲଟପାଲଟ ହୋଇଗଲା। ଓଷ୍ଟ୍ରିଓଜେନେସିସ୍‌ ଇମ୍ପରଫେକ୍ଟା(ଏକପ୍ରକାର ଅସ୍ଥିଗତ ସମସ୍ୟା)ରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହେଲେ ବାରାଣସୀର ଶ୍ୱେତା ମୟୂର। ସେବେଠୁ ଆଉ ସେ ଶଯ୍ୟାରୁ ଉଠିପାରୁନାହାନ୍ତି, ହେଲେ ଦେଶର ବିଭିନ୍ନ ଅଞ୍ଚଳରେ ଅସହାୟ ଓ ଆହତ ପ୍ରାଣୀମାନଙ୍କ ଉଦ୍ଧାର କାର୍ଯ୍ୟ ସଞ୍ଚାଳନ କରୁଛନ୍ତି। ଆସ୍ଥା ଲଭିଂ କାଇଣ୍ଡ୍‌ନେସ୍‌ ଆଣ୍ଡ୍‌ କମ୍ପାଶନ୍‌ (ଏଏଲ୍‌କେସି) ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଶ୍ୱେତାଙ୍କ ବୟସ ଏବେ ୩୫। ସେ ଡାକ୍ତର ହେବା ସ୍ବପ୍ନ ଦେଖିଥିଲେ ବି ରୋଗ ଯୋଗୁ ସମ୍ଭବ ହୋଇପାରିଲା ନାହିଁ। ୨୦୧୨ରେ ଯେତେବେଳେ ତାଙ୍କ ଭାଇ ଏକ ଫେସ୍‌ବୁକ ଆକାଉଣ୍ଟ ଖୋଲିଦେଲେ ସେତେବେଳେ ସେ ‘ଆଡପ୍ଟ ଏ ପେଟ୍‌’ ପେଜ୍‌ ଦେଖିଲେ। ସେଥିରେ ଏକ କୁକୁରକୁ ନିର୍ମମ ଭାବେ ବାଡ଼ାଯାଉଥିବା ଦୃଶ୍ୟ ଦେଖି ଫେସ୍‌ବୁକ୍‌ର ଅନ୍ୟ ଗ୍ରୁପ୍‌ ସହ ଯୋଗାଯୋଗ କରି ଚିକିତ୍ସା ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ। ଏହା ଥିଲା ତାଙ୍କର ପ୍ରଥମ ଉଦ୍ଧାର କାର୍ଯ୍ୟ। ପରେ ସେ ଏଏଲ୍‌କେସି ଗଠନ କରି ପ୍ରାଣୀ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଶ୍ୱେତା ହଜାର ହଜାର ଆହତ ପ୍ରାଣୀଙ୍କୁ ଉଦ୍ଧାର କରିବା ସହ କୁକୁରଙ୍କ ପାଇଁ ଏକ ସୁରକ୍ଷିତ ଘର ନିର୍ମାଣ କରିଛନ୍ତି । ଉଦ୍ଧାର କାର୍ଯ୍ୟରେ ଜଡ଼ିତ ୧୦୦ ଗ୍ରୁପ୍‌ ସହ ଯୋଗାଯୋଗ ସ୍ଥାପନ କରି ଏହା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଓ ମୋର

ମାନବ ସମାଜରେ ବ୍ୟକ୍ତିବାଚକ ସର୍ବନାମ ‘ମୋ’ ଶବ୍ଦରେ ସବୁକିଛିର ମୂଲ୍ୟ ନିହିତ ରହିଛି। ଆମେ କହିଥାଉ ଏ ଜାଗା ମୋର। ଏ ଦେହ ମୋର। ବାସ୍ତବରେ...

ନିଯୁକ୍ତିର ମରୀଚିକା

ଉପଯୁକ୍ତ ଜୀବିକା ଓ କର୍ମନିଯୁକ୍ତି ପ୍ରତ୍ୟେକ ମନୁଷ୍ୟକୁ ବିକାଶ ଦିଗକୁ ଟାଣି ନେଇଥାଏ। ନିଯୁକ୍ତି ଦେଇଥାଏ ନୂଆ ଆଶାର ଆଲୋକ, ଯାହା ଫଳରେ ବ୍ୟକ୍ତିଟିଏ ନିଜ...

ବାକ୍‌ ସଂଯମ: ଏକ ସାଧନା

ଷୋଡ଼ଶ ଶତାବ୍ଦୀର ଏକ ଘଟଣାରୁ ପ୍ରବନ୍ଧଟି ଆରମ୍ଭ କରୁଛି। ଇଂରେଜ ମନୀଷୀ ଥୋମାସ୍‌ କୁପାର ଆଠବର୍ଷ କଠିନ ପରିଶ୍ରମ କରି ଏକ ଅଭିଧାନ ସଂକଳନ କରୁଥିଲେ।...

୩୦ ବର୍ଷ ପୂର୍ବରୁ ଓ ପରେ

ବିଶ୍ୱର ପ୍ରାୟ ସମସ୍ତ ବିକଶିତ ଦେଶ ସେମାନଙ୍କ ମାନବ ଶକ୍ତିକୁ ବିଭିନ୍ନ କ୍ଷେତ୍ରରେ ସର୍ବାଧିକ ବିନିଯୋଗ କରିପାରିଛନ୍ତି। ଏହି କ୍ରମରେ ଭାରତ ପାଇଁ ଏଭଳି କରିବା...

ଏଇ ଭାରତରେ

ପେସାରେ ସାମ୍ବାଦିକ ହେଲେ ମଧ୍ୟ ଚାଷରେ ଏକ ନମ୍ବର। ଏମିତି ଜଣେ ସାମ୍ବାଦିକ ହେଉଛନ୍ତି କେରଳର ୫୪ ବର୍ଷୀୟ ନାରାୟଣନ୍‌ କନାଲୟାମ। ତାଙ୍କ ଫାର୍ମରେ ୮୭...

ଉଦ୍‌ଘାଟନୀ ଉପକଥା

ଟିଏ ଘଟଣା ବିଷୟରେ ଚିନ୍ତା କରାଯାଉ। ପରିବେଶ ସୁରକ୍ଷା ଉପରେ ରାଜ୍ୟସ୍ତରୀୟ କର୍ମଶାଳା ହେଉଥିବ। ଆବଦ୍ଧ ସଭାଗୃହ ମଧ୍ୟରେ ଭରି ରହିଥିବେ ଦର୍ଶକ। ସାଜସଜ୍ଜା ବେଶ୍‌...

ଫ୍ରାନ୍ସିସ୍‌ଙ୍କ ଯୁଗ

୨୧ ଏପ୍ରିଲରେ ପୋପ୍‌ ଫ୍ରାନ୍ସିସଙ୍କର ୮୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ରୋମାନ କାଥୋଲିକ ଚର୍ଚ୍ଚର ୨୦୦୦ ବର୍ଷ ପୁରୁଣା ପୋପ୍‌ ଇତିହାସରେ ଏକ ବିରଳ...

ଆପେ ବଞ୍ଚିଲେ ବାପର ନାଁ

ଗୋଟେ କଥା ଅଛି ‘ଆପେ ବଞ୍ଚିଲେ ବାପର ନାଁ’। ଅନେକ ସମୟରେ ମଣିଷ ଯେତେବେଳେ ସ୍ବାର୍ଥସର୍ବସ୍ବ ହୁଅନ୍ତି, ସେତେବେଳେ ଏହି ଉକ୍ତିଟି ବ୍ୟବହାରକରି ନିଜ କାମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image