ଏଇ ଭାରତରେ

ଶିକାରୀଙ୍କ କବଳରୁ ବନ୍ୟଜନ୍ତୁଙ୍କୁ ବଞ୍ଚାଇବାରେ ଲାଗିଛନ୍ତି ପଶ୍ଚିମବଙ୍ଗର ମେଘନା ବାନାର୍ଜୀ। ସେ ୨୦୧୭ରୁ ହ୍ୟୁମାନ ଆଣ୍ଡ୍‌ ଏନ୍‌ଭାଇରୋନ୍‌ମେଣ୍ଟ ଆଲିଆନ୍ସ ଲିଗ(ଏଚ୍‌ଇଏଏଲ୍‌)ଏନଜିଓ ଗଠନ କରି ବନ୍ୟଜନ୍ତୁଙ୍କ ସୁରକ୍ଷା ଲାଗି କାର୍ଯ୍ୟ କରୁଛନ୍ତି। ପେସାରେ ମେଘନା ଜଣେ ଆଇନଜୀବୀ। ତାଙ୍କ ସଂଗଠନରେ ୬୦ ଜଣ ସ୍ବେଚ୍ଛାସେବୀ ରହିଛନ୍ତି। ଶିକାରୀଙ୍କ କବଳରୁ ଏମାନେ ୨୫୦ ପ୍ରାଣୀ ଓ ୧୬୦ ପକ୍ଷୀଙ୍କୁ ଉଦ୍ଧାର କରିସାରିଲେଣି। ୧୫ ଜଣ ଶିକାରୀଙ୍କୁ ଗିରଫ କରାଇବାରେ ସକ୍ଷମ ହୋଇଛନ୍ତି। ପଶିମବଙ୍ଗର ବିଭିନ୍ନ ଜିଲାରେ ମେ’ରୁ ଜୁନ୍‌ ମଧ୍ୟରେ ହଣ୍ଟିଂ ଫେଷ୍ଟିଭାଲ୍‌ରେ ପ୍ରାୟ ୫,୦୦୦ ପ୍ରାଣୀଙ୍କୁ ହତ୍ୟା କରାଯାଏ। ନିରୀହ ଜୀବଙ୍କ ଜୀବନ ବଞ୍ଚାଇବାକୁ ସେ ଶିକାର ବନ୍ଦ କରିବା ଲାଗି ଲୋକମାନଙ୍କୁ ସଚେତନ କରୁଛନ୍ତି। ସ୍କୁଲ ଓ କଲେଜଗୁଡିକରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଛାତୀଛାତ୍ରମାନଙ୍କୁ ବି ଅବଗତ କରୁଛନ୍ତି। କେବଳ ଝାରଗ୍ରାମ ନୁହେଁ ପୁରୁଲିଆ, ପଶ୍ଚିମ ମେଦିନାପୁର, ବାଙ୍କୁଡା ଓ ମୁର୍ଶିଦାବାଦ ଜିଲାରେ ପଶୁପକ୍ଷୀ ଶିକାର ରୋକିବା ଲାଗି ସେ ଅଭିଯାନ ଚଳାଇଛନ୍ତି।