Advertisement

ଏଇ ଭାରତରେ

ଆହତ ବୁଲା କୁକୁରଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ବେଙ୍ଗାଲୁରୁର ହରିଶ ଅଲୀ। ସେ ରାସ୍ତାକଡ଼ରୁ ଆହତ କୁକୁରଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କ ଚିକିତ୍ସା କରୁଛନ୍ତି ଓ ଆଶ୍ରୟ ଦେଉଛନ୍ତି। ଏବେ ସୁଦ୍ଧା ଅଲି ୨୦୦୦ରୁ ଊର୍ଦ୍ଧ୍ୱ କୁକୁର ଉଦ୍ଧାର କରିସାରିଲେଣିି। ୨୦୧୬ରେ ସେ ପ୍ରଥମେ ଗୋଟିଏ କୁକୁର ଉଦ୍ଧାର କରି ତା’ନାମ ରଖିଥିଲେ ହୁଇଟ୍‌। ଏହିଠାରୁ ଅଲୀଙ୍କ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା। ପରେ ସେ ବିଭିନ୍ନ ଏନ୍‌ଜିଓ ଓ ପ୍ରାଣୀ ଉଦ୍ଧାର କାର୍ଯ୍ୟ ଚଳାଇଥିବା ଗ୍ରୁପ୍‌ଗୁଡ଼ିକ ସହ ଯୋଗାଯୋଗ ରକ୍ଷାକରି ଆଗକୁ ବଢ଼ିଥିଲେ। ଧୀରେ ଧୀରେ କୁକୁରଙ୍କ ସଂଖ୍ୟା ବଢ଼ିବା ପରେ ସେମାନଙ୍କ ଯନତ୍ ନେବା ଲାଗି ୨୦୧୭ରେ ‘ସର୍ବମ ଟ୍ରଷ୍ଟ’ ଗଠନ କରିଥିଲେ। କୁକୁର ଉଦ୍ଧାର ଓ ସେବାରେ ଦେଢ଼ ବର୍ଷ ମଧ୍ୟରେ ସେ ୧.୫ କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ତାଙ୍କ ସାଇବର ସିକ୍ୟୁରିଟି ବ୍ୟବସାୟ ଆୟର ସିଂହଭାଗ ଏଥିରେ ଖର୍ଚ୍ଚ କରୁଛନ୍ତି। ବହୁ ବ୍ୟକ୍ତି ଓ ଅନୁଷ୍ଠାନ ମଧ୍ୟ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ପ୍ରାଣୀ ଚିକିତ୍ସକ, କେୟାର ଟେକର, ଉଦ୍ଧାରକାରୀଙ୍କ ସମେତ ସେମାନଙ୍କ ଯନତ୍ ନେବା ଲାଗି ମୋଟରେ ୧୧ ଜଣ ରହିଛନ୍ତି। ମାସକୁ କର୍ମଚାରୀଙ୍କ ଦରମା ଓ ଅନ୍ୟ ସବୁ ଖର୍ଚ୍ଚକୁ ନେଇ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ତାଙ୍କ ସେଲ୍‌ଟରରେ ୨୦୦ରୁ ଅଧିକ କୁକୁର ରହିବାରେ ଅସୁବିଧା ହେଉଥିତ୍ବାରୁ ଏବେ ସେ ଅନ୍ୟ ଏକ ଜାଗାରେ ୬୦୦ କୁକୁର ରହିବା ଭଳି ଏକ ଆଶ୍ରୟଗୃହ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଆଶ୍ରୟଗୃହରୁ କୁକୁରଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାର ବ୍ୟବସ୍ଥା ରଖିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel