ବେଙ୍ଗାଲୁରୁର ରଚନା ବୋଡାଗୁଙ୍କ ନିଷ୍ଠା ଓ ଇଚ୍ଛାଶକ୍ତି ତାଙ୍କୁ ଏକ ଭିନ୍ନ ପରିଚୟ ଆଣିଦେଇଛି। ସେ ଏକାଦଶ ଶ୍ରେଣୀରେ ପଢ଼ୁଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ ସୋଲାର ସାଇକେଲ୍ କୃଷକମାନଙ୍କୁ କ୍ଷେତରେ ପାଣି ମଡ଼ାଇବାରେ ସାହାଯ୍ୟ କରୁଛି। ସେଥିରେ ମୋଟର ସିଷ୍ଟମ ରହିଛି ଓ କୌଣସି ଇନ୍ଧନ ବା ବିଦ୍ୟୁତ୍ ଆବଶ୍ୟକ ପଡ଼ୁନାହିଁ, କେବଳ ସୌରଶକ୍ତିରେ ଚାଲୁଛି। ରଚନା ତାଙ୍କ ଦିଗ୍ଦର୍ଶକ ତଥା ଜଳଯୋଦ୍ଧା ଆନନ୍ଦ ମଲିଗାଭଦ୍ଙ୍କ ସହ ଏକାଠି ବେଙ୍ଗାଲୁରୁର କୋମାସାନ୍ଦ୍ରା ହ୍ରଦର ପୁନରୁଦ୍ଧାର କାର୍ଯ୍ୟ କରୁଛନ୍ତି। ହ୍ରଦ ଚାରିପାଖରେ ସେମାନେ ୨,୦୦୦ ଗଛ ମଧ୍ୟ ଲଗାଇଛନ୍ତି। ଗଛରେ ନିୟମିତ ପାଣି ଦେବା ଏକ କଷ୍ଟକର କାର୍ଯ୍ୟ ହୋଇଥିବାରୁ ରଚନା ଏହାର ସମାଧାନ ଲାଗି ତାଙ୍କୁ ସୋଲାର ସାଇକେଲ ପ୍ରସ୍ତୁତ କରିବାକୁ ପଡ଼ିଲା। ସୋଲାର ସାଇକେଲ ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ। ଏହି ସାଇକେଲରେ ସୋଲାର ପ୍ୟାନେଲ ଖଞ୍ଜା ହୋଇଛି। ଏହାକୁ ନିର୍ମାଣ କରିବା ସକାଶେ ରଚନା ତାଙ୍କ ପକେଟରୁ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହା କିଭଳି ଶସ୍ତା ହେବ ଓ ଅଧିକରୁ ଅଧିକ କୃଷକ ବ୍ୟବହାର କରିପାରିବେ ସେଥିପାଇଁ ସେ ପ୍ରୟାସ କରୁଛନ୍ତି।

ଅସହ୍ୟ ତାତି
ଆଧୁନିକ ଯନ୍ତ୍ରପାତି, କଳକାରଖାନା ଓ ଯାନବାହନରୁ ବାହାରୁଥିବା ଅଙ୍ଗାରକାମ୍ଳ ଓ ଧୂଅଁା ବାୟୁମଣ୍ଡଳକୁ ପ୍ରଦୂଷଣ କରିବାରେ ଲାଗିଛି। ଏହାଦ୍ୱାରା ବାୟୁମଣ୍ଡଳର ତାପମାତ୍ରା ମଧ୍ୟ ବୃଦ୍ଧି ହେବାରେ...

କିଶୋର ନ୍ୟାୟ ବ୍ୟବସ୍ଥାରେ ଶିଶୁ ଯତ୍ନ ଅନୁଷ୍ଠାନ
କିଶୋର ନ୍ୟାୟ (ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା) ଅଧିନିୟମରେ ସାଧାରଣତଃ ଦୁଇ ପ୍ରକାରର ଶିଶୁଙ୍କ ସମ୍ବନ୍ଧରେ ପ୍ରାବଧାନତା ରହିଛି। ପ୍ରଥମତଃ ଯତ୍ନ ଓ ସୁରକ୍ଷା ଆବଶ୍ୟକ...

ହିନ୍ଦୀରେ ଇଂଲିଶ୍ ନାମ
ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଜାତୀୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆର୍ଟି) ଇଂଲିଶ୍-ମାଧ୍ୟମ ସ୍କୁଲଗୁଡ଼ିକରେ ପ୍ରଚଳିତ ନୂଆ ପାଠ୍ୟ ପୁସ୍ତକର ହିନ୍ଦୀ ନାମକରଣ କରିଛି,...

ପିଲା ଚୋରି ଓ ପୋଲିସ
ଭୁବନେଶ୍ୱର ରାମମନ୍ଦିର ନିକଟରେ ଭିକ୍ଷା ମାଗି ଚଳୁଥିବା ଜୟନ୍ତୀ ମଲ୍ଲିକ ନାମ୍ନୀ ଦୃଷ୍ଟିବାଧିତ ମହିଳାଙ୍କ ଦେଢ଼ବର୍ଷର ଶିଶୁପୁତ୍ର ଚୋରି ହେବା ରାଜଧାନୀରେ ପିଲା ଚୋର ର଼୍ୟାକେଟ୍ର...

ଏଇ ଭାରତରେ
ଚୋର ବିଭିନ୍ନ ଜିନିଷ ଚୋରି କରିବା କଥା ସମସ୍ତେ ଶୁଣିଥିବେ। ହେଲେ ଚୋରି କରିଥିବା ଜିନିଷକୁ ଚୋର କେବେ ସେହି ସ୍ଥାନକୁ ଫେରାଇବାକୁ ଆସିବା କଥା...

ପୁରୁଷ ଆଇନ କେତେ ଜରୁରୀ
ପୁରୁଷଙ୍କ ପାଇଁ ସ୍ବତନ୍ତ୍ର କମିଶନ ଗଠନ କରିବାର ନିଷ୍ପତ୍ତି ନେବା ଏକ ଜଟିଳ ପ୍ରସଙ୍ଗ। କାରଣ ସମାଜର ଗୋଟିଏ ବର୍ଗ ଏହାର ଆବଶ୍ୟକତା ଥିବାର କହୁଥିବାବେଳେ...

ନୀତିଭ୍ରଷ୍ଟ ଶିକ୍ଷା ଓ ଛାତ୍ରୀଛାତ୍ର
ନିକଟ ଅତୀତରେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଦୁଇଟି ଭିଡିଓ ବେଶ୍ ହୃଦୟସ୍ପର୍ଶୀ। ପ୍ରଥମଟି ଆନ୍ଧ୍ରପ୍ରଦେଶର ଗୋଟିଏ ସ୍କୁଲରେ ପ୍ରାର୍ଥନା ଚାଲିଥିବାବେଳେ ପ୍ରଧାନଶିକ୍ଷକ ନିଜେ କାନ...

ଭୁଲିବାନି ଯଶଓ୍ବନ୍ତଙ୍କୁ
ଗଣତନ୍ତ୍ରର ୩ ମୁଖ୍ୟ ସ୍ତମ୍ଭ ବିଧାନପାଳିକା, ନ୍ୟାୟପାଳିକା ଓ କାର୍ଯ୍ୟପାଳିକାର ସାମ୍ବିଧାନିକ କର୍ତ୍ତବ୍ୟ ପାଳନକୁ ନେଇ ସାଧାରଣରେ ଆଲୋଚନା ହୋଇଥାଏ। ଭାରତରେ ମଧ୍ୟ ସେହି ସ୍ଥିତି...