ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନର କାରଣ ପାଲଟିଥିବା ସବୁଜ ଗୃହ ବାଷ୍ପ ନିର୍ଗମନ କମାଇବା ଲାଗି ବିଶ୍ୱ ସ୍ତରରେ ବ୍ୟାପକ ପ୍ରୟାସ କରାଯାଉଥିବାବେଳେ ଏଥିରେ ଦୁଇ ଭାରତୀୟଙ୍କ ଯୋଗଦାନ ପ୍ରଶଂସନୀୟ। ଆଇଆଇଟି କାନପୁର ଡିଗ୍ରୀଧାରୀ ରବି ସରୋଜ ଏବଂ ଅଲ୍‌ ଇଣ୍ଡିଆ ରାଇସ୍‌ ଏକ୍ସପୋର୍ଟସ ଆସୋସିିଏଶନ ବା ସର୍ବଭାରତୀୟ ଚାଉଳ ରପ୍ତାନି ସଂଘର ପୂର୍ବତନ ସଭାପତି ବିଜୟ ସେଟିଆ ଏକ ମେଶିନ ନିର୍ମାଣ କରିଛନ୍ତି, ଯାହା କାର୍ବନ ମନୋକ୍ସାଇଡ୍‌ ଏବଂ ସଲ୍‌ଫର ଡାଇଅକ୍ସାଇଡ୍‌ ଭଳି ମାରାମତ୍କ ଗ୍ୟାସ୍‌ ନିର୍ଗମନ ରୋକିିପାରୁଛି। ଏହା ଦୁଇଟି କାମ ଏକାବେଳକେ କରୁଛି। କାର୍ବନ ଡାଇଅକ୍ସାଇଡ୍‌କୁ ସମ୍ପୂର୍ଣ୍ଣ ଅବଶୋଷଣ କରିନେବା ସହ ଇନ୍ଧନ ଗ୍ୟାସ୍‌ ସଲ୍‌ଫର ଡାଇଅକ୍ସାଇଡ ଏବଂ ନାଇଟ୍ରୋଜେନ ଡାଇଅକ୍ସାଇଡ ଅଲଗା କରୁଛି। ଦହନ ପ୍ରକ୍ରିୟାକୁ ପୁନର୍ବାର ସଲ୍‌ଫର ଡାଇଅକ୍ସାଇଡ୍‌ ଏବଂ ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ ଯୋଗାଇ ଦେଉଛି। ଶତ ପ୍ରତିଶତ ସବୁଜ ଗୃହ ବାଷ୍ପ ନିର୍ଗମନ ବନ୍ଦ କରୁଥିବାରୁ ଏହା ଦିଲ୍ଲୀ ଏନ୍‌ସିଆର ଏବଂ ଅନ୍ୟ ସହରଗୁଡ଼ିକରେ ପ୍ରଦୂଷଣ ସୁଧାରିବାରେ ସହାୟକ ହେବ ବୋଲି କହିଛନ୍ତି ରବି।