ଏଇ ଭାରତରେ

ଅନେକ ହଜାର ଦୃଷ୍ଟିିବାଧିତଙ୍କ ଆଶାବାଡ଼ି ପାଲଟିଛନ୍ତି କର୍ନାଟକର ବିଦ୍ୟା ଓ୍ବାଇ। ବିଦ୍ୟା ଜଣେ ଏଣ୍ଟରପ୍ରିନ୍ୟୁୟର ଓ ଜନ୍ମରୁ ଦୃଷ୍ଟିବାଧିତ। ସେ ‘ଭିଜନ ଏମ୍ପ୍‌ପାଓ୍ବାର’ ସଂସ୍ଥା ଗଠନ କରି ହଜାର ହଜାର ଦୃଷ୍ଟିବାଧିତଙ୍କୁ ବିଜ୍ଞାନ, ଗଣିତ, ପ୍ରଯୁକ୍ତି ଏବଂ ବୈଷୟିକ ଶିକ୍ଷା ପ୍ରଦାନ କରୁଛନ୍ତି। ବେଙ୍ଗାଲୁରୁ ନିକଟସ୍ଥ ଥିରୁମାଗନଧନହାଲି ଗାଁର ବିଦ୍ୟାଙ୍କ ଜୀବନ ବହୁ ସଂଘର୍ଷମୟ ଥିଲା। ପ୍ରଥମେ ବେଙ୍ଗାଲୁରର ଫର୍ମାଲ ବ୍ଲାଇଣ୍ଡ୍‌ ସ୍କୁଲରେ ପଢ଼ା ଆରମ୍ଭ କରିଥିଲେ। ସ୍କୁଲ ଓ କଲେଜ ଶିକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଆଇଆଇଆଇଟି ବେଙ୍ଗାଲୁରୁ ଡିଜିଟାଲ ସୋସାଇଟିି ପ୍ରୋଗ୍ରାମିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ‘ଭିଜନ ଏମ୍ପ୍‌ପାଓ୍ବାର’ ଆରମ୍ଭ କରିଥିଲେ। ସେ ଏହା ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ଦୃଷ୍ଟିବାଧିତ ପିଲାମାନଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି। ସେ ମଧ୍ୟ ଡିଜିଟାଲ ଲିଟେରାସି ପ୍ରୋଗ୍ରାମ ଚଳାଉଛନ୍ତି। ଦୃଷ୍ଟିବାଧିତ ପିଲା ଓ ଶିକ୍ଷକମାନଙ୍କ ପାଇଁ ପାଠ୍ୟ ଉପକରଣ ପାଇବା ଲାଗି ସେ ‘ସୁବୋଧ’ ମ୍ୟାନେଜମେଣ୍ଟ ସିଷ୍ଟମ ଆରମ୍ଭ କରିଛନ୍ତି। ଭିଜନ ଏମ୍ପ୍‌ପାଓ୍ବାର ଏବେ ଭାରତର ୮ ରାଜ୍ୟର ୮୦ ସ୍କୁଲ ସହ କାର୍ଯ୍ୟ କରୁଛି। ବିଦ୍ୟାଙ୍କ ସହ ହଜାର ହଜାର ସ୍ବେଚ୍ଛାସେବୀ ଯୋଡ଼ି ହୋଇଛନ୍ତି ଓ ଏହା ଦ୍ୱାରା ପାଖାପାଖି ୧,୮୦୦ ଲୋକ ଉପକୃତ ହେଉଛନ୍ତି।