ଏଇ ଭାରତରେ

ଦେହଜୀବୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାରେ ଲାଗିଛନ୍ତି ମହାରାଷ୍ଟ୍ରର ଡାକ୍ତର ସ୍ବାତୀ ସିଂ । କରୋନା ମହାମାରୀ ସମୟରେ ବିପଦକୁ ଭ୍ରୂକ୍ଷେପ ନ କରି ସେ ଭିଓ୍ବାଣ୍ଡିର ୩୦୦ଦେହଜୀବୀଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆଣିପାରିଛନ୍ତି। ସେମାନଙ୍କୁ ସ୍ବାତୀ ଖାଦ୍ୟ ଓ କର୍ମସଂସ୍ଥାନ ବି ଯୋଗାଇ ଦେଇଛନ୍ତି। ୨୦୧୬ରେ ସ୍ବାତୀ ପ୍ରତିଷ୍ଠା କରିଥିବା ଶ୍ରୀ ସେବା ସଂସ୍ଥା ମାଧ୍ୟମରେଏହିି ସେବା କରୁଛନ୍ତି। ଏବେ ସେମାନେ ଧୂପକାଠି, ପାମ୍ପଡ଼, ଆଚାର ଓ ବିଭିନ୍ନ ପ୍ରକାର ହସ୍ତକଳାକୃତି ତିଆରି କରି ବିକ୍ରି କରୁଛନ୍ତିି। ଫଳରେ ସେମାନେ ପ୍ରତ୍ୟେକ ଦୈନିକ ୨୦୦ ଟଙ୍କା ରୋଜଗାର କରୁଛନ୍ତି। ପୋଷାକ ତିଆରି କରିବାରେ ୩୦ ଜଣଙ୍କୁ କାର୍ଯ୍ୟରେ ଲଗାଇଛନ୍ତି ଓ ସେମାନେ ଅନ୍ତର୍ଜାତୀୟ ପ୍ରଦର୍ଶନୀ ଲାଗି ପୋଷାକ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଆଉ କିଛି ଦିନ ମଧ୍ୟରେ ସେ ଆଉ ୧୩୦ ମହିଳାଙ୍କୁ ଏଥିରେ ନିଯୁକ୍ତ କରିବା ଲାଗି ଯୋଜନା ରଖିଛନ୍ତି। ଡ.ସ୍ବାତୀ ସେମାନଙ୍କ ପିଲାଙ୍କ ପାଇଁ ‘ଡେ କେୟାର ସେଣ୍ଟର’ ଖୋଲିଛନ୍ତି। ପିଲାମାନଙ୍କ ପଢ଼ା ସହ ସେମାନଙ୍କ ସ୍ବାସ୍ଥ୍ୟର ଯତ୍ନ ମଧ୍ୟ ନେଉଛନ୍ତି ସ୍ବାତୀ। ଯେଉଁ ମହିଳା ସଶକ୍ତ ହୋଇପାରିଛନ୍ତି ସେମାନଙ୍କୁ ସ୍ବତନ୍ତ୍ର ଭାବେ ରହିବା ଲାଗି ‘ସିଷ୍ଟର ହାଉସ୍‌’ ଖୋଲାଯାଇଛି ଯାହାଦ୍ୱାରା ସେମାନେ ରେଡ୍‌ଲାଇଟ ଏରିଆରେ ନ ରହି ସେଠାରେ ରହୁଛନ୍ତି।