ଏଇ ଭାରତରେ

ଚାକିରି ଅଭାବ ଯୋଗୁ ଇଞ୍ଜିନିୟର ଗଣେଶ ଡୁଧନଲେ ୭ଟି ଚା’ଦୋକାନ କରି ମାସକୁ ପାଖାପାଖି ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ମହାରାଷ୍ଟ୍ର ଲାଟୁରରେ ଗଣେଶଙ୍କ ଘର, କିନ୍ତୁ ସେ ଗୁଜରାଟରେ ଚା’ଦୋକାନ କରିଛନ୍ତି। ପ୍ରଥମେ ସେ ପିତାଙ୍କଠାରୁ କିଛି ଟଙ୍କା ଆଣି ଗୁଜରାଟର ଭାପି ରେଲଓ୍ବେ ଷ୍ଟେଶନରେ ଦୋକାନ ଆରମ୍ଭ କରିଥିଲେ। ଗଣେଶ ଗୁଜରାଟର ଭାପିସ୍ଥିତ ଏକ ଇଞ୍ଜିନିୟରିଂ କଲେଜରେ ଡିଗ୍ରୀ ହାସଲ କରିଥିବାରୁ ସେଠାରେ ଚା’ଦୋକାନ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ସାଙ୍ଗ ପ୍ରଦୀପ ଯାଦବଙ୍କ ସହ ମିଶି ଅଧିକ ନିବେଶ କରି ସୁରଟରେ ଦ୍ୱିତୀୟ ଦୋକାନ ଖୋଲିଲେ। ଏବେ ସେ ଗୁଜରାଟର ବିଭିନ୍ନ ସ୍ଥାନରେ ୭ଟି ଦୋକାନ ଖୋଲିଛନ୍ତି। ‘ଚାଏମେକର’ ବ୍ରାଣ୍ଡ୍‌ରେ ବିଭିନ୍ନ ପ୍ରକାର ମସଲା ସହ ଆମ୍ବ, ଷ୍ଟ୍ରବେରି, ଗୋଲାପ, କଦଳୀ, ହଟ୍‌ ଚକୋଲେଟ ଏବଂ ଆଉ କିଛି ସ୍ବାଦର ୨୦ ପ୍ରକାର ଚା’ ଓ ୧୫ ପ୍ରକାର କଫି ପ୍ରସ୍ତୁତ କରୁଛନ୍ତି। ବର୍ତ୍ତମାନ ଗଣେଶ ଗୁଜରାଟରେ ୧୦୦ ଓ ସାରା ଭାରତରେ ୧,୦୦୦ଟି ଚା’ଦୋକାନ ଖୋଲିବାକୁ ଯୋଜନା ରଖିଛନ୍ତି।