ଏଇ ଭାରତରେ

ଭାରତୀୟ ସମରକଳାକୁ ବଞ୍ଚାଇ ରଖିବା ଲାଗି କେରଳର ଜଣେ ଅବସରପ୍ରାପ୍ତ ପୋଲିସଙ୍କ ତ୍ୟାଗ ପ୍ରଶଂସନୀୟ। କେ.ଭି. ମହମ୍ମଦ ଗୁରୁକ୍କଲ କେରଳ ପୋଲିସରେ ୩୨ ବର୍ଷ ଚାକିରି କରି ଅବସର ନେବା ପରେ ପାଖାପାଖି ୨୦୦୦ ଛାତ୍ରୀଛାତ୍ରଙ୍କୁ ମାଗଣାରେ ୩ ହଜାର ବର୍ଷ ପୁରୁଣା କଲାରିପାୟାଟ୍ଟୁ ସମରକଳା ଶିକ୍ଷା ଦେଇ ସାରଲେଣିି। କୋଝିକୋଡ୍‌ ଜିଲା ନିବାସୀ ଗୁରୁକ୍କଲ ଏଥିପାଇଁ ପୋଲିସ ବିଭାଗ ପକ୍ଷରୁ ସମ୍ମାନିତ ହେବା ସହ ରାଷ୍ଟ୍ରପତି ପୁରସ୍କାର ସକାଶେ ଦୁଇ ଥର ନୋମିନେଟ ହୋଇଛନ୍ତି। ଏବେ ତାଙ୍କ ପାଖରେ ୭ରୁ ଆରମ୍ଭ କରି ୪୦ ବର୍ଷ ବୟସ ପର୍ଯ୍ୟନ୍ତ ୩୦ ଜଣ ଶିକ୍ଷା କରୁଛନ୍ତି। ଏହି କାର୍ଯ୍ୟ ବ୍ୟତୀତ ଗୁରୁକ୍କଲ ଆୟୁର୍ବେଦିକ ମସାଜ କଲାରିକୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୋତ୍ସାହିତ କରୁଛନ୍ତି। ବିଭିନ୍ନ ପର୍ବପର୍ବାଣି, ସାମାଜିକ ସମାବେଶଠାରୁ ଆରମ୍ଭ କରି ନୃତ୍ୟ କାର୍ଯ୍ୟକ୍ରମଗୁଡ଼ିକରେ ସେ ସାମରିକ କଳା ପ୍ରଦର୍ଶନ କରୁଛନ୍ତି। ଓ୍ବାଘା ବର୍ଡରରେ ମଧ୍ୟ ସେ ଏହାକୁ ପ୍ରଦର୍ଶିତ କରିଛନ୍ତି।