ଏଇ ଭାରତରେ

ଉଚ୍ଚ ଶିକ୍ଷା ପରେ ଚାକିରି ନ କରି ଚାଷରୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ଚାଷୀମାନଙ୍କ ଜୀବନର ମୋଡ଼ ବଦଳାଇବାରେ ଲାଗିଛନ୍ତି ରାଜସ୍ଥାନ ଜୟପୁରର ଇନ୍ଦ୍ର ରାଜ ଜାଠ ଏବଂ ସୀମା ସାଇନି। ସେମାନେ ୨୦୧୮ରେ ଗ୍ରୀନ୍‌ ଓ୍ବାଲର୍‌ଡ ଫାଉଣ୍ଡେଶନ ଗଠନ କରି ୮,୦୦୦ କୃଷକଙ୍କୁ ଜୈବିକ କୃଷି ସମ୍ପର୍କରେ ପ୍ରଶିକ୍ଷଣ ଦେଇ ସାରିଲେଣି। ପ୍ରଶିକ୍ଷଣ ପାଇଥିବା କୃଷକମାନେ ଅଧିକ ଉପତ୍ାଦନ କରି ସେମାନଙ୍କ ରୋଜଗାର ବୃଦ୍ଧି କରିପାରିଛନ୍ତି। ୨୦୧୭ରେ ରାଜ କୃଷିରେ ସ୍ନାତକୋତ୍ତର ଏବଂ ସାଇନି ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଚାକିରି ନ କରି ଚାଷଆଡ଼କୁ ମନ ବଳାଇଥିଲେ। ପ୍ରଥମେ ରାଜସ୍ଥାନର ଖୋରା ରାମଦାସ ଗାଁରେ ଦେଢ଼ ଏକର ଜମି ଲିଜ୍‌ରେ ନେଇ ଚାଷ କରିବା ପରେ ଏବେ ନିଜସ୍ବ ଫାର୍ମ କରିଛନ୍ତି। ବିଭିନ୍ନ ପ୍ରକାର ପରିବା, ମସଲା ଓ ଶସ୍ୟ ଉପତ୍ାଦନ କରିବା ସହ, କୁକୁଡ଼ା, ଛେଳି ଓ ଗୋ ପାଳନ କରୁଛନ୍ତି। ଜୈବିକ ତଥା ସମନ୍ବିତ କୃଷି ପଦ୍ଧତିରେ ଅଧିକ ଉପତ୍ାଦନ କରିବାକୁ ସକ୍ଷମ ହୋଇଛନ୍ତି। କେବଳ ଏତିକି ନୁହେଁ, ଏମାନେ କୃଷି ସହ କୃଷିଭିତ୍ତିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରୁଛନ୍ତି ଓ ମୋଟରେ ଗତ ବର୍ଷ ୩୫ ଲକ୍ଷ ଟଙ୍କା କାରବାର କରିଛନ୍ତି। ଫାର୍ମରେ ଅତିଥିମାନେ ରହିବା ପାଇଁ ପରିବେଶ ଉପଯୋଗୀ ମାଟିଘର ନିର୍ମାଣ କରାଯାଇଛି। ଏଥିରେ ସେମାନେ ୮ରୁ ୧୨ ଲକ୍ଷ ଟଙ୍କା ନିବେଶ କରିଛନ୍ତି। ମାସକରେ ଏହିି ଘରେ ପାଖାପାଖି ୫୦ ଜଣ ଅତିଥି ରହି ଆଖପାଖ ଗାଁର କୃଷି ପରିବେଶକୁ ଉପଭୋଗ କରୁଛନ୍ତି।