ଏଇ ଭାରତରେ

ପରିବେଶ ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣି ଆଦିବାସୀମାନଙ୍କୁ ସୁସ୍ଥ ଜୀବନର ବାଟ ଦେଖାଇଛନ୍ତି ମୁମ୍ବାଇର କାସାନ୍ଦ୍ରା ନଜରେଥ ଏବଂ ତାଙ୍କ ଟିମ୍‌। ଆର୍‌ୟେ ଜଙ୍ଗଲ ଓ ମାଧ ଆଇଲ୍ୟାଣ୍ଡରେ ଓ୍ବର୍ଲି ସମ୍ପ୍ରଦାୟର ୨,୫୦୦ ପରିବାରକୁ ବାୟୋ ଟଏଲେଟ ଏବଂ ବାୟୋଓ୍ବେଲ୍‌ ଯୋଗାଇ ଦେଇଛନ୍ତି। ଏହି ପରିବାରଗୁଡ଼ିକୁ ଆମତ୍ନିର୍ଭରଶୀଳ କରିବା ଲାଗି ମଧ୍ୟ ଅନେକ ପଦକ୍ଷେପ ନେଇଛନ୍ତି। ଗତ ୬ ବର୍ଷ ହେଲା ସେମାନେ ଏହିି କାର୍ଯ୍ୟ କରି ଆସୁଛନ୍ତି। ପ୍ରତି ୮ଟି ପରିବାର ପାଇଁ ଗୋଟିଏ ପାଇଖାନା ରଖାଯାଇଛି। ଏଥିପାଇଁ କାସାନ୍ଦ୍ରା ଓ ତାଙ୍କ ଟିମ୍‌ ନଜରେଥା ଫାଉଣ୍ଡେଶନ ମାଧ୍ୟମରେ ସବୁ ଖର୍ଚ୍ଚ କରୁଛନ୍ତି। ପ୍ରତ୍ୟେକଟି ବାୟୋ ଟଏଲେଟ ଲାଗି ୫୫,୦୦୦ ଟଙ୍କା ଖର୍ଚ୍ଚ କରାଯାଇଛି। କେବଳ ଏତିକି ନୁହେଁ ଆଦିବାସୀମାନଙ୍କ ପାଇଁ ଏମାନେ ପାନ୍‌ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ବି ଖୋଲିଛନ୍ତି। ଯୁବ ଓ୍ବର୍ଲି ଯୁବକମାନଙ୍କୁ ଓ୍ବର୍ଲି କଳା ସମ୍ପର୍କରେ ଶିକ୍ଷା ଦେଉଛନ୍ତି। ଓ୍ବର୍ଲି ମହିଳାମାନଙ୍କୁ ସିଲାଇ ମେଶିନ ଯୋଗାଇ ଦେଇ ଆତ୍ମନିର୍ଭରଶୀଳ କରିପାରିଛନ୍ତି।