ଏଇ ଭାରତରେ

ଘରେ ଯାଇ ପହଞ୍ଚୁଛି ‘ଓ୍ବାକିଂ ଲାଇବ୍ରେରି’। ଶୁଣିଲେ ଅଜବ ଲାଗୁଛି, ହେଲେ କେରଳ ଓ୍ବେନାଡାର ରାଧାମନିଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ସେ ପ୍ରତିଦିନ ୬ କି.ମି. ଚାଲି ଚାଲି ଯାଇ ଘରେ ଘରେ ବହି ଦେଉଛନ୍ତି। ସେଥିପାଇଁ ଲୋକେ ଏହାକୁ କହୁଛନ୍ତି ‘ଓ୍ବାକିଂ ଲାଇବେରି’। ଦୁର୍ଗମ ଗାଁଗୁଡ଼ିକରେ, ଯେଉଁଠିକୁ କେବେ ଗାଡ଼ି ଯାଇପାରେ ନାହିଁି, ସେଠାରେ ସେ ଲୋକମାନଙ୍କୁ ମାତ୍ର ୫ ଟଙ୍କାରେ ବହି ଯୋଗାଇ ଦେଉଛନ୍ତି। ବ୍ୟାଗ୍‌ରେ ବହି ନେଇ ଲୋକମାନଙ୍କୁ ଦେବା କଷ୍ଟକର ହେଲେ ମଧ୍ୟ ୬୩ ବର୍ଷୀୟା ରାଧାମନି ଏହି କାର୍ଯ୍ୟ ଜାରି ରଖିଛନ୍ତି। ଏକ ଦଶନ୍ଧି ହେଲା ସେ ଏହି କାର୍ଯ୍ୟ କରୁଛନ୍ତି ଓ ମାସକୁ ହାରାହାରି ୫୦୦ ବହି ଯୋଗାଇ ଦେଉଛନ୍ତି। ରାଧାମନି ପ୍ରତିଭା ପବ୍ଲିକ ଲାଇବ୍ରେରିରେ କାର୍ଯ୍ୟ କରନ୍ତି। ଏହି ଲାଇବ୍ରେରି ଦୀର୍ଘ ୬୦ ବଷର୍ର୍ ହେଲା ଚାଲିଛି। ରାଧାମନିଙ୍କ ନିଆରା ପ୍ରୟାସ ଦ୍ୱାରା ଲାଇବ୍ରେରି ପାଠକ ତାଲିକାରେ ବହୁ ବୟସ୍କ ମହିଳା ଓ ପୁରୁଷ, ସ୍କୁଲ ଓ କଲେଜ ପିଲା ସାମିଲ ହୋଇପାରିଛନ୍ତି। ଦୁର୍ଗମ ଗାଁଗୁଡ଼ିକରେ ବହି ପଢ଼ି ବିଭିନ୍ନ ବିଷୟରେ ଲୋକେ ବହୁତ କିଛି ଜାଣିପାରୁଛନ୍ତି ବୋଲି କହନ୍ତି ରାଧାମନି।