ଏଇ ଭାରତରେ

ହରିୟାଣା ରଓ୍ବୋଡି ଜିଲା ଟାଣି କୋଲାନ ପଞ୍ଚାୟତର ଖୋଲଖଣ୍ଡ ଗାଁ ଦେଶରେ ଏକ ନିଆରା ପରିଚୟ ଆଣିପାରିଛି। ସ୍ବଚ୍ଛତା ଅଭିଯାନ ଦେଶରେ ଆରମ୍ଭ ହେବା ପରେ ୨୦୧୭ରେ ଏହି ଗାଁକୁ ରାଜ୍ୟର ପ୍ରଥମ ଖୋଲା ମଳମୁକ୍ତ ଗାଁ ଭାବେ ଘୋଷଣା କରାଯାଇଥିଲା। ଟାଣି କୋଲାନ ପଞ୍ଚାୟତର ସରପଞ୍ଚ ମନୋଜ ଶାସ୍ତ୍ରୀ ତାଙ୍କ ଗାଁ ଖୋଲାଖଣ୍ଡରେ ୧୦ଟି ସ୍ଥାନରେ ସାର୍ବଜନୀନ ଶୌଚାଳୟ ନିର୍ମାଣ କରିଛନ୍ତି। ଏଠାରେ ପାଣି ଯୋଗାଣର ବ୍ୟବସ୍ଥା କରାଯାଇଛି। ନିୟମିତ ସଫା କରାଯିବା ଲାଗି ଲୋକ ନିଯୁକ୍ତ ହୋଇଛନ୍ତି। ଏହି ଗାଁର ସବୁ ଘରୁ ବର୍ଜ୍ୟ ସଂଗ୍ରହ କରାଯାଇ ଗାଁ ବାହାରରେ ଏକ ସ୍ଥାନରେ ଠୁଳ କରାଯାଏ। ଏଥିରୁ ବିକ୍ରିଯୋଗ୍ୟ ସ୍କ୍ରାପ୍‌କୁ ଲୋକମାନଙ୍କୁ ନିଲାମ କରାଯାଇ ଲବ୍ଧ ଅର୍ଥକୁ ସ୍ବଚ୍ଛତା ପାଇଁ ବ୍ୟୟ କରାଯାଏ। ବର୍ଜ୍ୟରୁ ପ୍ରସ୍ତୁତ ଜୈବିକ ଖତକୁ କୃଷକମାନଙ୍କୁ ଶସ୍ତାରେ ଦିଆଯାଉଛି। ଉକ୍ତ ଗାଁରେ ନିର୍ମାଣ କରାଯାଇଥିବା ଏକ ଷ୍ଟାଡିୟମରେ ଖେଳ ଉପକରଣ ରଖାଯିବା ସହ ଜିମ୍‌ର ବ୍ୟବସ୍ଥା କରାଯାଇଛି। ଗାଁର ସବୁ ଗଳି ରାସ୍ତା ପକ୍କା। ଏହାକୁ ପ୍ରତିଦିନ ସଫା କରାଯାଏ। ଗାଁରେ ଦୁଇଟି ପାର୍କ କରାଯାଇଛି, ଯେଉଁଠି ବରିଷ୍ଠ ନାଗରିକମାନେ ଚାଲିବାର ସୁଯୋଗ ପାଉଛନ୍ତି।