ଏଇ ଭାରତରେ

ଚାଷ କାମ ସହିତ ଉଦ୍ଭାବନ ନିଶା ଜଣେ କୃଷକଙ୍କୁ ସଫଳତା ଦେଇଛି। ଗୁଜରାଟ ରାମନଗର ନିବାସୀ ୩୪ ବର୍ଷୀୟ ମହେଶ ଭୂତ୍‌ ଏକ ଇ-ଟ୍ରାକ୍ଟର ନିର୍ମାଣ କରିଛନ୍ତି ଯାହାକୁ ୧ ଘଣ୍ଟା ଚଳାଇଲେ ଖର୍ଚ୍ଚ ହେଉଛି ମାତ୍ର ୧୫ ଟଙ୍କା। ପୁଅର ନାମାନୁସାରେ ସେ ଏହାର ନାମ ରଖିଛନ୍ତି ‘ବ୍ୟୋମ’। ଏବେ ସେଥିରେ ତାଙ୍କ ଚାଷ ଖର୍ଚ୍ଚ ୨୫% କମ୍‌ ହୋଇପାରିଛି। ୨୦୧୪ରେ ପଢା ଶେଷ ହେବା ପରେ ମହେଶ ଜୈବିକ କୃଷିକୁ ଆପଣାଇଥିଲେ। ଡିଜେଲ ଚାଳିତ ଟ୍ରାକ୍ଟରରେ ଖର୍ଚ୍ଚ ଅଧିକ ହେବା ଯୋଗୁ ସେ ଏକ ବିକଳ୍ପ ଖୋଜିବାରେ ଲାଗିଲେ ଓ ଇ-ଟ୍ରାକ୍ଟର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସବୁଠୁ ବଡ଼କଥା ହେଉଛି ମହେଶ ବଡ଼ ସହରରେ ରହୁଥିବା ଜଣେ ଇଞ୍ଜିନିୟର ନୁହନ୍ତି। ସେ ଗାଁରେ ରହି ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ଟ୍ରାକ୍ଟର ନିର୍ମାଣ କରିଛନ୍ତି। ଏଥି ପାଇଁ ତାଙ୍କୁ ଉତ୍ତରପ୍ରଦେଶ ଶାହାଜାନପୁରରେ ଇ-ରିକ୍ସା ନିର୍ମାଣ କୌଶଳ ଶିକ୍ଷା କରିବାକୁ ପଡ଼ିଥିଲା। କେବଳ ଇ-ଟ୍ରାକ୍ଟର ନିର୍ମାଣ କରିବା ଲାଗି ସେ ଉକ୍ତ ପ୍ରଶିକ୍ଷଣ ନେଇଥିଲେ। ୨୦୨୧ରେ ପ୍ରଶିକ୍ଷଣ ଶେଷ ହେବା ପରେ ଇ-ଟ୍ରାକ୍ଟର ନିର୍ମାଣରେ ଲାଗିଗଲେ ଓ ପ୍ରାୟ ୭ ମାସ ପରେ ସଫଳତା ପାଇଲେ। ବ୍ୟାଟେରିଠାରୁ ଆରମ୍ଭ କରି ବଡ଼ି ପର୍ଯ୍ୟନ୍ତ ସବୁ କିଛି ସେ ନିଜେ ତିଆରି କରିଛନ୍ତି। ଏହା ୨୦ ଏଚ୍‌ପି ପାଓ୍ବାରରେ ଚାଲୁଛି ଓ ଏଥିରେ ୭୨ ଓ୍ବାଟ୍‌ର ଲିଥିୟମ ବ୍ୟାଟେରି ଲାଗିଛି। ଟ୍ରାକ୍ଟର ଥରେ ଚାର୍ଜ ହେବାକୁ ୪ ଘଣ୍ଟା ଲାଗୁଛି ଓ ଏଥିରେ ୧୦ ଘଣ୍ଟା ଚାଲୁଛି। ମହେଶଙ୍କ କ୍ଷେତରେ ଟ୍ରାକ୍ଟର ଚାଲୁଥିବା ସମୟରେ ବହୁ ଲୋକ ଦେଖିବାକୁ ଆସୁଛନ୍ତି। ଏବେ ଏହି ଟ୍ରାକ୍ଟର ପାଇଁ ଏବେ ଦେଶର ସବୁଆଡୁ ୨୧ଟି ଅର୍ଡର ମିଳଛିି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ଏକ ଛୋଟ ଗାଁ ମାନ୍ୟାଚିଓ୍ବାଡ଼ି। ଏହାର ଲୋକସଂଖ୍ୟା ୪୨୦। ଏହି ଗାଁ ଏବେ ସମ୍ପୂର୍ଣ୍ଣ ସୌରଶକ୍ତିର ଗାଁ ହୋଇଯାଇଛି। ମାନ୍ୟାଚିଓ୍ବାଡ଼ିରେ ସ୍ବୟଂ ସହାୟିକା ଗୋଷ୍ଠୀ...

ମେଦବହୁଳତା ଚିକିତ୍ସାରେ ବୈଜ୍ଞାନିକ ପଦ୍ଧତି

ନ୍ୟାଶନାଲ ଫାମିଲି ହେଲ୍‌ଥ ସର୍ଭେ-୫ (୨୦୨୨) ଅନୁଯାୟୀ, ବର୍ତ୍ତମାନ ଭାରତରେ ୨୩% ନାରୀ ଓ ୨୨.୧% ପୁରୁଷ ବିଏମ୍‌ଆଇ ଅନୁଯାୟୀ ଅଧିକ ଓଜନ ବିଶିଷ୍ଟ। ପେଟର...

କଳା-ଗୋରା କାହାଣୀ

ଗତ ନବେ ଦଶକରେ ମୋର ବିବାହ ପାଇଁ କନ୍ୟା ଖୋଜା ହେଉଥିବା ବେଳେ ମୋ ବୋଉର ଗୋଟିଏ ମାତ୍ର ସର୍ତ୍ତ ଥିଲା ଯେ, ବୋହୂଟି ଗୋରୀ...

Dillip Cherian

ସ୍ବଚ୍ଛତା ନାହିଁ

ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ କାର୍ଯ୍ୟରତ ଦୁଇ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୋନିଆ ନାରଙ୍ଗ ଓ ଅଭିଷେକ ଗୋଏଲଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏମାନେ ସେଣ୍ଟ୍ରାଲ ଡେପୁଟେଶନରେ...

ସଂସାରର ବିଜ୍ଞାନ ତତ୍ତ୍ୱ

ମେ ଆମ ଚାରିପାଖରେ ଯେଉଁସବୁ ଘଟଣା ଦେଖୁଛେ ତାହା ସବୁ ବିଜ୍ଞାନର କିଛି ମୌଳିକ ନିୟମ ଅନୁସାରେ ଘଟିଥାଏ । ସୂର୍ଯ୍ୟଙ୍କ ଉଦୟ ଏବଂ ଅସ୍ତ...

କେହି କାହାରିକୁ ଶିଖାନ୍ତି ନାହିଁ

ଗୁରୁ ଟିକିଏ ନିଶ୍ଚୁପ ହୋଇ ନବାଗତଙ୍କ ଆଡ଼େ ଦୃଷ୍ଟିପାତ କରୁଥିଲେ। କିଛିକ୍ଷଣ ପରେ ନୀରବତା ଭଙ୍ଗ କରି ଗୁରୁ କହିଲେ- ବତ୍ସ! ତୁମେ ମୋ ପାଖକୁ...

ବାଣିଜ୍ୟ ବ୍ୟବସ୍ଥାର ପୁନର୍ଗଠନ ଲୋଡ଼ା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ପ୍ରାରମ୍ଭରେ ଅତ୍ୟଧିକ ଟାରିଫ ବୃଦ୍ଧି କରିଥିଲେ। ଏହା ବାଣିଜ୍ୟ ଯୁଦ୍ଧକୁ ତୀବ୍ର କରିଥିଲା, ଯାହାକୁ ସେ ‘ଲିବରେଶନ ଡେ’...

ମୁଁ ଓ ମୋର

ମାନବ ସମାଜରେ ବ୍ୟକ୍ତିବାଚକ ସର୍ବନାମ ‘ମୋ’ ଶବ୍ଦରେ ସବୁକିଛିର ମୂଲ୍ୟ ନିହିତ ରହିଛି। ଆମେ କହିଥାଉ ଏ ଜାଗା ମୋର। ଏ ଦେହ ମୋର। ବାସ୍ତବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image