ଏଇ ଭାରତରେ

ଦୁନିଆରେ ଦିବ୍ୟାଙ୍ଗମାନେ ସାମାଜିକ ସ୍ରୋତରେ ପଛରେ ରହିଯାଉଛନ୍ତି। ଏହାର ଅନେକ କିଛି କାରଣ ରହିଛି, ହେଲେ ସେହିସବୁ କାରଣକୁ ନ ଖୋଜି ନିଜ ମାଧ୍ୟମରେ ଯାହାକିଛି କରିହେବ ତାହା କରୁଛନ୍ତି ମହାଦେବନ ମୁଥାଲାମ୍ପେଟ। ସେ ବାଣିଜ୍ୟ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ଚାକିରି ଛାଡ଼ି ଚେନ୍ନାଇରେ ୧୧ଟି ଚାରିଟି କେଫ୍‌ କରି ସେଥିରେ କେବଳ ଦିବ୍ୟାଙ୍ଗମାନଙ୍କୁ ନିଯୁକ୍ତି ଦେଇଛନ୍ତି। ମହାଦେବନ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ସମୟରେ ଦିନବେଳା ପିଲାଙ୍କୁ ପଢ଼ାନ୍ତି ଓ ରାତିହେଲେ ରେସ୍ତୋରାଁରେ କାର୍ଯ୍ୟ କରନ୍ତି। ସେବେଠାରୁ ସେ ଦିବ୍ୟାଙ୍ଗମାନଙ୍କ ପାଇଁ ନିଯୁକ୍ତି ବାଟ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ୧୯୮୯ରେ ସେ ଚାକିରି ଛାଡ଼ି ବେକରି ବ୍ୟବସାୟ ଆରମ୍ଭ କରି ନିରାଶ୍ରୟ, ସିଙ୍ଗଲ ମଦର ଓ ବର୍ନ ଭିକ୍ଟିମଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଥିଲେ। ପରେ ଚାରିଟି କେଫ୍‌ ଖୋଲି ଦିବ୍ୟାଙ୍ଗମାନଙ୍କୁ ନିଯୁକ୍ତି ଦେଉଛନ୍ତି। କେବଳ ଦିବ୍ୟାଙ୍ଗ ନୁହନ୍ତି, ବେକରିରେ ହଜାର ହଜାର କଏଦୀ ଓ ଗରିବମାନଙ୍କୁ ମଧ୍ୟ ଥଇଥାନ କରୁଛନ୍ତି। ମହାଦେବନଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଚେନ୍ନାଇ ମିଶନ’ ମାଧ୍ୟମରେ ଏହି ସେବା ପରିଚାଳିତ ହେଉଛି।