କାର୍ରେ ଯିବେ ପୁଣି ଅନ୍ୟ କିଛି ସୁବିଧା ମାଗଣାରେ ପାଇବେ! ଏମିତି ବ୍ୟବସ୍ଥା କେଉଁଠି ଦେଖିଛନ୍ତି? କିନ୍ତୁ ଦିଲ୍ଲୀର ଅବଦୁଲ କାଦିରଙ୍କ କାର୍ରେ ଗଲେ ଯାତ୍ରୀମାନେ ସୁଖଦ ଅନୁଭବ କଲାଭଳି ଜିନିଷ ଓ ସେବା ମାଗଣାରେ ପାଇପାରିବେ। କାଦିର ଯାତ୍ରୀମାନଙ୍କୁ ଖବରକାଗଜ ପଢ଼ିବାକୁ ଦେବା ସହ ଜୁସ୍ ଓ ସ୍ନାକ୍ସ ଦେଉଛନ୍ତି। ଅବଦୁଲ ତାଙ୍କ କାର୍ରେ ବିଶୁଦ୍ଧ ପାନୀୟ ଜଳ ପିଇବାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏପରିକି ଜଣେ ନେଲ୍ପଲିସି ରିମୁଭର ବି ଚାହଁିଲେ ତାହା ପାଇବାରେ କିଛି ଅସୁବିଧା ହେବନାହଁି। ଏହାବ୍ୟତୀତ କାର୍ ମଧ୍ୟରେ ସେ ଶାନ୍ତି, ସଦ୍ଭାବନା ଏବଂ ପାରସ୍ପରିକ ସମ୍ମାନ ବୃଦ୍ଧି କଲା ଭଳି ବିଭିନ୍ନ ନୀତିବାଣୀ ଲଗାଇଛନ୍ତି। ଏହା ସାମ୍ପ୍ରଦାୟିକ ସଦ୍ଭାବନାର ବାର୍ତ୍ତା ଦେଉଛି। ଅବଦୁଲ ଚାକିରି କରିଥିଲେ ଓ ୩୦ ବର୍ଷ ବୟସରେ ତାହା ହରାଇବା ପରେ ବିଭିନ୍ନ ବ୍ୟବସାୟ କରିବାକୁ ଲାଗିଲେ। କିନ୍ତୁ ସେଥିରେ ସଫଳ ନ ହେବାରୁ ଶେଷରେ କାର୍ ଚଳାଇବା ଆରମ୍ଭ କରିଥିଲେ ଏବଂ ଯାତ୍ରୀଙ୍କୁ ନେବା ଆଣିବା ସମୟରେ ଏଭଳି ମାଗଣା ସେବା ଯୋଗାଇଦେବା ଲାଗି ନିଷ୍ପତ୍ତି ନେଇଥିଲେ।