ଏଇ ଭାରତରେ

କାଲିକଟ୍‌ ଏନ୍‌ଆଇଟିିର ଗବେଷକମାନେ ପରିବେଶ ସୁରକ୍ଷା ଲାଗି ଏକ ପ୍ରକାର ସ୍ମାର୍ଟ ସୋଲାର ଷ୍ଟୋଭ୍‌ ନିର୍ମାଣ କରିଛନ୍ତି। ଏହାକୁ ଘରେ, ରେସ୍ତୋରଁାରେ ଏବଂ ରାସ୍ତକଡ଼ ବ୍ୟବସାୟୀମାନେ ବ୍ୟବହାର କରିପାରିବେ। ଏଲ୍‌ପିଜିର ଅହେତୁକ ମୂଲ୍ୟ ବୃଦ୍ଧିରୁ ଏହି ଷ୍ଟୋଭ୍‌ ରକ୍ଷା କରିବ। ଏହା ସୌର ଶକ୍ତିରେ ଚାଲୁଛି ଓ ଏଥିରୁ କୌଣସି କ୍ଷତିକାରକ ଗ୍ୟାସ୍‌ ନିର୍ଗମନ ହେଉ ନାହିଁ। ଏହାକୁ ପରିବେଶ ଉପଯୋଗୀ ଇଣ୍ଡକ୍‌ସନ ଢାଞ୍ଚାରେ ନିର୍ମାଣ କରାଯାଇଛି। ଏହାର ସିଙ୍ଗଲ୍‌ ଓ ଡବଲ୍‌ ଭର୍ସନ ରହିଛି। ସିଙ୍ଗଲ ଭର୍ସନ ଷ୍ଟୋଭ୍‌ର ମୂଲ୍ୟ ୧୦,୦୦୦ ଓ ଡବଲ ଭର୍ସନର ଦାମ୍‌ ରଖାଯାଇଛି ୧୫,୦୦୦ ଟଙ୍କା। ରାସ୍ତାକଡ଼ ଦୋକାନୀମାନଙ୍କ ଲାଗି ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଥିବା ଡବଲ ଷ୍ଟୋଭ୍‌ ଭର୍ସନରେ ଏଲ୍‌ଇଡି ଲ୍ୟାମ୍ପ ଖଞ୍ଜା ହୋଇଛି। ରାତିରେ ଏହି ଷ୍ଟୋଭ୍‌ରେ ରୋଷେଇ କରଯାଇପାରିବ। କାରଣ ଏଥିରେ ସୋଲାର ଏନର୍ଜି ଗଚ୍ଛିତ ରହିବା ଲାଗି ବ୍ୟବସ୍ଥା କରାଯାଇଛି। ଫୋଲ୍ଡ ହୋଇପାରୁଥିବା ସୋଲାର ପ୍ୟାନେଲ ଲଗାଯାଇଥିତ୍ବାରୁ ଏହି ଷ୍ଟୋଭ୍‌କୁ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇପାରୁଛି।