ଏଇ ଭାରତରେ

ଛତୁରୁ ପ୍ରସ୍ତୁତ ବିସ୍କୁଟ, ଆଚାର ଆଦି ଖାଇଛନ୍ତି କି? ଏଭଳି ଆଇଟମ୍‌ ପ୍ରସ୍ତୁତ କରୁଛନ୍ତି ତେହରି ଗଡ୍‌ଓ୍ବାଲର କୁଲଦୀପ ବିଷ୍ଟ ଏବଂ ତାଙ୍କ ସାଥୀ ପ୍ରମୋଦ ଜୁୟାଲ। ଭୌମକୋଟି ଗାଁର ଏହି ଦୁଇଜଣ ଯୁବକ ଚାକିରି ଛାଡ଼ି ଛତୁଚାଷ କରୁଛନ୍ତି ଓ ସେଥିରୁ ଆଚାର,ବିସ୍କୁଟ, ଜାମ୍‌ ଆଦି ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। କୁଲଦୀପ ଗାଜିଆବାଦରେ ଏମ୍‌ବିଏ ଡିଗ୍ରୀ ହାସଲ କରି ବ୍ୟାଙ୍କ ଚାକିରି କରିଥିଲେ। ତାଙ୍କ ସାଙ୍ଗ ପ୍ରମୋଦ ମଧ୍ୟ ଚାକିରି କରିଥିଲେ। ତେବେ କୁଲଦୀପ ଛତୁଚାଷ କରିବା ଲାଗି ପ୍ରମୋଦଙ୍କୁ କହିଲା ପରେ ସେମାନେ ୪୦ ହଜାର ଟଙ୍କାରେ ୨୦୧୭ରେ ଏକ ଭଡ଼ା ଘରେ ଚାଷ ଆରମ୍ଭ କରିଥିଲେ । ଦିନରେ ଚାକିରି ଓ ରାତିରେ ଛତୁଚାଷର ଯତ୍ନ ନେବା ଥିଲା ସେମାନଙ୍କ କାମ। ପରେ ଉପତ୍ାଦନ ବଢ଼ିବାରୁ ପ୍ରଶିକ୍ଷଣ ନେଇ ସେମାନେ ଡେରାଡୁନ ଏବଂ ତେହରିରେ ଚାଷ ଆରମ୍ଭ କରିଦେଲେ। ତଟକା ଛତୁ ବିକ୍ରି କରିବା ପରେ ଯାହା ବଳେ ସେଥିରୁ ସେମାନେ କିଛି ଖାଦ୍ୟଦ୍ରବ୍ୟ ତିଆରି କରିବାରେ ଲାଗିଲେ। ଏବେ ଛତୁ ଆଚାର,ବିସ୍କୁଟ, ଜାମ୍‌ ଆଦି ପ୍ରସ୍ତୁତ କରିବା ପରେ ଚ୍ୟବନପ୍ରାସ୍‌ ପାଇଁ ଯୋଜନା କରୁଛନ୍ତି। ଏହି ସବୁ ଉପତ୍ାଦ ‘ଫଙ୍ଗୋ’ ବ୍ରାଣ୍ଡ୍‌ରେ ବିକ୍ରି କରାଯାଉଛି। କୁଲଦୀପ ମାର୍କେଟିଂ ସମ୍ଭାଳୁଥିବା ବେଳେ ପ୍ରମୋଦ ଅର୍ଡର ରଖୁଛନ୍ତି। ଦୁଇ ବନ୍ଧୁ ଗତବର୍ଷ ଛତୁଚାଷରୁ ୪୦ ଲକ୍ଷ ଟଙ୍କା ଲାଭ କରିଥିଲେ। କୁଲଦୀପ ୨,୫୦୦ ଲୋକଙ୍କୁ ଛତୁଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେଇସାରିଲେଣି। ତାଙ୍କ ଗାଁର ୪୦ଜଣ ଛତୁ ଉପତ୍ାଦନ ସହ ଯୋଡ଼ି ହୋଇଛନ୍ତି। ଭୌମକୋଟିକୁ ମସରୁମ୍‌ ଗାଁ କରିବା ଲାଗି ସ୍ପପ୍ନ ଦେଖିଛନ୍ତି କୁଲଦୀପ।