ଏଇ ଭାରତରେ

‘ଗଛର ସୁରକ୍ଷା ହିଁ ପରିବେଶ ସୁରକ୍ଷା’ ଏହା ମର୍ମେ ମର୍ମେ ଉପଲବ୍ଧି କରିଛନ୍ତି ବି.ଏଲ୍‌. ବେଙ୍ଗାନି। ଚେନ୍ନାଇ ନିବାସୀ ବେଙ୍ଗାନି ଧାନ କୁଣ୍ଡାରୁ ବିକଳ୍ପ ଉଡ୍‌ ବୋର୍ଡ ବା କାଠ ବୋର୍ଡ ପ୍ରସ୍ତୁତ କରୁଛନ୍ତି। ଏବେ ସୁଦ୍ଧା ସେ ଯେତିକି ଉଡ୍‌ ବୋର୍ଡ ତିଆରି କରିଛନ୍ତି ସେଥିରେ ୨୦,୦୦୦ ଗଛକୁ କାଟିବାରୁ ରକ୍ଷା କରାଯାଇପାରିଛି ବୋଲି କହନ୍ତି ବେଙ୍ଗାନି। ଏହାକୁ ପ୍ଲାଏଉଡ୍‌ ବଦଳରେ ମଧ୍ୟ ବ୍ୟବହାର କରାଯାଉଛି। ଏହି ଉଡ୍‌ବୋର୍ଡ ନାଁ ରଖାଯାଇଛି ଇଣ୍ଡୋଉଡ୍‌ ଏନ୍‌ଏଫ୍‌ସି ଏବଂ ଏହାକୁ ତିଆରି କରିବା ଲାଗି ତାଙ୍କୁ ୨ ବର୍ଷ ଲାଗିଯାଇଛି। ଏଥିପାଇଁ ସେ ବହୁ ଅର୍ଥ ମଧ୍ୟ ନିଜ ହାତରୁ ଖର୍ଚ୍ଚ କରିଛନ୍ତି। ଉକ୍ତ ଉଡ୍‌ବୋର୍ଡକୁ ଉଇ ଖାଇପାରିବ ନାହିଁ କି ଏହା ପାଣିରେ ସହଜରେ ନଷ୍ଟ ହେବ ନାହିଁ। ଏହା ମଧ୍ୟ ୧୦୦% ପୁନଃ ବ୍ୟବହାରଯୋଗ୍ୟ। ବେଙ୍ଗାନି ପ୍ରଥମେ ଏକ ପ୍ଲାଏଉଡ୍‌ କମ୍ପାନୀରେ କାମ କରୁଥିବା ସମୟରେ ବିନା ଗଛ କାଠରେ କିଭଳି ପ୍ଲାଏ ତିଆରି କରାଯାଇପାରିବ ତାହାର ଏକ ନକ୍ସା ପ୍ରସ୍ତୁତ କରିଥିଲେ। ୨୦୧୭ରେ ଚେନ୍ନାଇ ନିକଟବର୍ତ୍ତୀ ଗୁମିଡ଼ିପୋଣ୍ଡିରେ ଏକ କମ୍ପାନୀ ପ୍ରତିଷ୍ଠା କରି ବହୁ ଗବେଷଣା ପରେ ୨୦୧୯ରେ ଉପତ୍ାଦନ ଆରମ୍ଭ କରିଥିଲେ। ବେଙ୍ଗାନି ଉଡ୍‌ବୋର୍ଡ ପାଇଁ ଆବଶ୍ୟକ ଧାନ ଚୋପା ବା କୁଣ୍ଡା କୃଷକ ଓ ରାଇସ୍‌ ମିଲ୍‌ରୁ ସଂଗ୍ରହ କରୁଛନ୍ତି। ଉପତ୍ାଦକୁ ସେ ଦେଶର ବିଭିନ୍ନ ଅଞ୍ଚଳକୁ ପଠାଇବା ସହ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଓମାନକୁ ମଧ୍ୟ ପଠାଉଛନ୍ତି।