ଏଇ ଭାରତରେ

ଜଣେ ଦୃଷ୍ଟିବାଧିତ ଅନ୍ୟମାନଙ୍କ ପାଇଁ ଆଶାବାଡ଼ି ହୋଇପାରନ୍ତି ଏହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଗୁଜରାଟରେ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ୨୩ ବର୍ଷୀୟ ଭବେଶ ଭାଟିଆ । ଦୃଷ୍ଟିଶକ୍ତି ହରାଇବା ପରେ ଭାଙ୍ଗି ନ ପଡ଼ି ସେ ‘ସନ୍‌ରାଇଜ କ୍ୟାଣ୍ଡେଲସ୍‌’ ଆରମ୍ଭ କରି ସେଥିରେ ୯,୫୦୦ ଦୃଷ୍ଟିବାଧିତଙ୍କୁ ନିଯୁକ୍ତ କରିଛନ୍ତି। ଭବେଶ ପ୍ରଥମେ ଏକ ହୋଟେଲରେ ଚାକିରି କରିଥିଲେ। ଦୃଷ୍ଟିଶକ୍ତି ହରାଇବା ପରେ ତାଙ୍କ ଚାକିରି ଚାଲିଯାଇଥିଲା। ବଞ୍ଚିବା ଲାଗି ବାଟ ଖୋଜି ସେ ମୁମ୍ବାଇ ନ୍ୟାଶନାଲ ଆସୋସିଏଶନ ଫର୍‌ ବ୍ଲାଇଣ୍ଡ୍‌ରେ ନାମ ଲେଖାଇ ମହମବତି ତିଆରି କୌଶଳ ଶିକ୍ଷା କରିଥିଲେ। ପରେ ନିଜେ ମହମବତି ତିଆରି କରି ବିକ୍ରି କରିବା ସହ ୧୫,୦୦୦ ଟଙ୍କା ଋଣ ଆଣି ‘ସନ୍‌ରାଇଜ କ୍ୟାଣ୍ଡେଲସ୍‌’ ସଂସ୍ଥା ଗଠନ କରି କେବଳ ଦୃଷ୍ଟିବାଧିତ ଲୋକଙ୍କୁ ନିଯୁକ୍ତ କରିବା ଓ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ। ତାଙ୍କର ସେହି କ୍ଷୁଦ୍ର ବ୍ୟବସାୟିକ ସଂସ୍ଥା ଏବେ ଢେର ବଢ଼ିପାରିଛି ଓ ସେଥିରେ ୯,୫୦୦ ଦୃଷ୍ଟିବାଧିତ ବ୍ୟକ୍ତି ରୋଜଗାର ପାଇଛନ୍ତି। ୧୪ଟି ରାଜ୍ୟରେ ଏହାର ୭୧ଟି ଉପତ୍ାଦନ କେନ୍ଦ୍ର ରହିଛି ଏବଂ ତାଙ୍କ ଉପତ୍ାଦିତ ମହମବତି ଏବେ ପାଖାପାଖି ୬୭ଟି ଦେଶକୁ ରପ୍ତାନି ହେଉଛି। କେବଳ ବ୍ୟବସାୟ ନୁହେଁ, ଏହି ପ୍ରେରଣାଦାୟୀ ବ୍ୟକ୍ତି ଜଣଙ୍କ ମଧ୍ୟ ପାରା ଅଲିମ୍ପିକ ଖେଳରେ ଜାତୀୟ ସ୍ତରରେ ବହୁ ପଦକ ହାସଲ କରିଛନ୍ତି।