ଏଇ ଭାରତରେ

ବର୍ଷାଦିନରେ ଜାମୁକୋଳି ଚାହିଦା କାହିଁରେ କ’ଣ। କିନ୍ତୁ ବର୍ଷାଋତୁ ପରେ ଏହି କୋଳି ପାଇବା ସାତସପନ ହୋଇଯାଏ । ହେଲେ ରାଜସ୍ଥାନର ଏକ ଦମ୍ପତି ବର୍ଷସାରା ଜାମୁ ଉପାଦ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ପାଲି ଜିଲାର ରାଜେଶ ଓ ପୂଜା ଓଜା ‘ଜୋଭାକି ’ଏବଂ ‘ଟ୍ରାଇବାଲ୍‌ବେଦ୍‌’ ନାମକ ସଂସ୍ଥା ମାଧ୍ୟମରେ ଜାମୁ କୋଳି ପ୍ରୋସେସିଂ କରିବା ସହ ପାଲି ଜିଲାର ବେରା ଗାଁର ୧ ହଜାର ଆଦିବାସୀ ପରିବାରକୁ ସଶକ୍ତ କରିପାରିଛନ୍ତି। ବେରାରେ ପ୍ରଚୁର ପରିମାଣରେ ବିଭିନ୍ନ ଋତୁଭିତ୍ତିକ ଫଳ ଫଳେ। ସେଠାକାର ଲୋକେ ପୂର୍ବରୁ ଏହାକୁ ବଜାରରେ କମ୍‌ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହୋଇଥାନ୍ତି। ଏବେ ଆଉ ସେମାନେ କ୍ଷତି ସହୁନାହାନ୍ତି। ଏହି ଦମମ୍ପତିଙ୍କ ଉଦ୍ୟମରେ ସେମାନେ ଜାମୁମଞ୍ଜି ପାଉଡର ଓ ଜାମୁରୁ ଗ୍ରୀନ୍‌ ଟି ଏବଂ ଭିନେଗାର ଆଦି ପ୍ରସ୍ତୁତ କରୁଛନ୍ତି। ଏଣୁ ଏହି ଫଳର ସ୍ବାଦ ବର୍ଷର ବିଭନ୍ନ ସମୟରେ ପାଇ ହେଉଛି ବୋଲି କହନ୍ତି ରାଜେଶ। ଗୋଟିଏ ୟୁନିଟ୍‌ରେ ସେମାନେ ପ୍ରୋସେସିଂ ଲାଗି ୭୦ ଜଣ ଆଦିବାସୀ ମହିଳା ଏବଂ କୋଳି ତୋଳିବା ଲାଗି ୧୫୦ ମହିଳାଙ୍କୁ ନିଯୁକ୍ତ କରିଛନ୍ତି। ମହିଳାମାନେ ଏଥିରୁ ମାସକୁ ୧୫,୦୦୦ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇପାରିଛନ୍ତି। ରାଜସ୍ଥାନ ବାଦ୍‌ ଏବେ ସେମାନେ ଏହି କାର୍ଯ୍ୟ ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ଆରମ୍ଭ କରିଛନ୍ତି।