ଏଇ ଭାରତରେ

ପ୍ଲାଷ୍ଟିକ ବର୍ଜ୍ୟ କବଳରୁ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଯେଉଁ କେତେଜଣ ପ୍ଲାଷ୍ଟିକ ବର୍ଜ୍ୟର ଅପ୍‌ସାଇକିଲିଂ କରୁଛନ୍ତି ସେମାନଙ୍କ ମଧ୍ୟରେ ଦିଲ୍ଲୀର କନିକା ଆହୁଜା ଅନ୍ୟତମ। ସେ ପ୍ଲାଷ୍ଟିକ ବର୍ଜ୍ୟରୁ ସୌଖୀନ ବ୍ୟାଗ୍‌, ଲାପ୍‌ଟପ ଖୋଳ, ଓ୍ବାଲେଟ୍‌ ବ୍ୟାଗ୍‌ ଏବଂ ଟେବୁଲ ମ୍ୟାଟ୍‌ ପ୍ରସ୍ତୁତ କରୁଛନ୍ତି। ସେ ଏବେ ସୁଦ୍ଧା ୧୨,୦୦୦ କେଜି ବା ୧୨ ଟନ୍‌ ପ୍ଲାଷ୍ଟିକ ବର୍ଜ୍ୟ ଅପ୍‌ସାଇକିଲିଂ କରିସାରିଲେଣି। ଏହି କାର୍ଯ୍ୟ କନିକା ୨୦୧୭ରେ ସୋସିଆଲ ଏଣ୍ଟରପ୍ରାଇସ୍‌ ‘ଲତିଫା’ ଗଠନ କରିଛନ୍ତି। ସେ ଇଞ୍ଜିନିୟରିଂ ପରେ ଏମ୍‌ବିଏ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ପିତାଙ୍କର ଏକ ଏନ୍‌ଜିଓ ରହିଛି ଓ ପ୍ରଥମେ ସେଥିରେ କାର୍ଯ୍ୟ କରିବା ପରେ ‘ଲତିଫା’ ଗଠନ କରିଥିଲେ। ଏବେ ଲତିଫା ମାଧ୍ୟମରେ ତିଆରି କରୁଥିବା ସୌଖୀନ ଜିନିଷଗୁଡ଼ିକୁ ବିକ୍ରିକରି ଗତ ଆର୍ଥିକ ବର୍ଷରେ ୧ କୋଟିରୁ ଊଦ୍ଧ୍ୱର୍ର୍ ଟଙ୍କା ରୋଜଗାର କରିପାରିଛନ୍ତି। ଏହି କାର୍ଯ୍ୟରେ ୨୦୦ ଓ୍ବେଷ୍ଟ ଓ୍ବାର୍କର ଏବଂ ୩୦୦ ଚିତ୍ରକରଙ୍କୁ ନିଯୁକ୍ତି ଦେଇଛନ୍ତି। ଉପତ୍ାଦଗୁଡ଼ିକ ଉପରେ ପାରମ୍ପରିକ ହସ୍ତକଳାର ଛାପ ଦେବା ଲାଗି କନିକା ଆଫଗାନୀ ଶରଣାର୍ଥୀ ମହିଳାଙ୍କ ଏକ ଗ୍ରୁପକୁ ମଧ୍ୟ ନିଯୁକ୍ତ କରିଛନ୍ତି।