ଏଇ ଭାରତରେ

ପରିବେଶ ସୁରକ୍ଷା ପାଇଁ ଏକ ଗ୍ରୀନ୍‌ ବା ସବୁଜ ବିବାହ ସାମ୍ନାକୁ ଆସିଛି ଦିଲ୍ଲୀରେ। ମାଧୁରୀ ବାଲୋଦି ଏବଂ ଆଦିତ୍ୟ ଅଗ୍ରଓ୍ବାଲ ଏହି ଗ୍ରୀନ୍‌ ବିବାହ କରିଛନ୍ତି। ଏଥିରେ ବର ଇ-ବାଇକ୍‌ରେ ଯିବାବେଳେ ୩୦ରୁ ୩୫ ଜଣ ବରଯାତ୍ରୀ ସାଇକେଲରେ କନ୍ୟା ଘରେ ପହଞ୍ଚତ୍ଛନ୍ତି। ସାଇକେଲ ଓ ଇ-ବାଇକ୍‌ ସେମାନେ ଭଡ଼ାରେ ଆଣିଥିଲେ। ମାଧୁରୀ ବିଭିନ୍ନ ସ୍ଥାନକୁ କେବଳ ସାଇକେଲରେ ଯାଇଥା’ନ୍ତି। ଏଣୁ ସେ ଏଭଳି ଏକ ସବୁଜ ବିବାହ ପାଇଁ ଆଦିତ୍ୟଙ୍କ ସହ ଯୋଜନା କରିଥିଲେ ଓ ଏଥିରେ ଆଦିତ୍ୟ ମଧ୍ୟ ସମ୍ମତି ପ୍ରଦାନ କରିଥିଲେ। ମାଧୁରୀଙ୍କ ପରିବାର ପରିବେଶ ଉପଯୋଗୀ ଜୀବନଶୈଳୀ ଆପଣାଇଥାଆନ୍ତି। ସେମାନେ ଏବେ ସୁଦ୍ଧା ପ୍ଲାଷ୍ଟିକ ବୋତଲ ବ୍ୟବହାର କରୁନାହାନ୍ତି। ଉକ୍ତ ବିବାହରେ ଡେକୋରେଶନ ଓ କ୍ୟାଟରିଂ ବି ଥିଲା ପରିବେଶ ଉପଯୋଗୀ। ଏଭଳି କି ସେମାନଙ୍କ ପଣ୍ଡିତ ସାଙ୍ଗ ବିବାହ ସମ୍ପନ୍ନ କରିଥିଲେ। ସେମାନେ ସାଧାରଣ ପରିବହନ, ସାଇକେଲ କିମ୍ବା ଇ-ଯାନ ଯୋଗେ ସେମାନଙ୍କ ଘରକୁ ଆସିବା ଲାଗି ଅତିଥିମାନଙ୍କୁ ନିମନ୍ତ୍ରଣ କରିଥିଲେ। ଫୁଲ ବଦଳରେ ଗଛ ଆଣିବା ଏବଂ ଉପହାରକୁ ଖବରକାଗଜରେ ଗୁଡ଼ାଇ ଆଣିବା ଲାଗି ଅନୁରୋଧ କରିଥିଲେ। ବିବାହ ଭୋଜିରେ ଅପ୍‌ସାଇକିଲିଂ ଯୋଗ୍ୟ କଟଲେରି ବ୍ୟବହାର କରାଯାଇଥିଲା। ଏଭଳି ବିବାହ କରି ଏହି ଦମ୍ପତି ଆଗକୁ ପରିବେଶ ଉପଯୋଗୀ ଜୀବନଶୈଳୀ ଆପଣାଇବା ଲାଗି ସଙ୍କଳ୍ପ ନେଇଛନ୍ତି।