ଏଇ ଭାରତରେ

ଘରଚଟିଆ ବଂଶ ଲୋପ ପାଇ ଆସୁଥିବାବେଳେ ସେମାନଙ୍କୁ ସୁରକ୍ଷା ଦେବାରେ ଉତ୍ତରପ୍ରଦେଶର ନରେନ୍ଦ୍ର ସିଂ ଯାଦବଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ। ଉତ୍ତରପ୍ରଦେଶ ସରକାରଙ୍କ ଡିଭିଜନାଲ ଜଏଣ୍ଟ ଡେଭଲପ୍‌ମେଣ୍ଟ କମିଶନର ଭାବେ ଅବସର ନେବା ପରେ ଦିଲ୍ଲୀରେ ରହି ସେ ଘରଚଟିଆ ବଂଶ ରକ୍ଷାରେ ଲାଗିଛନ୍ତି। ୬୨ ବର୍ଷୀୟ ନରେନ୍ଦ୍ର ମଧ୍ୟ ଏହି ପକ୍ଷୀଙ୍କୁ ସୁରକ୍ଷା ଦେବାରେ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବା ସହ ଏଯାବତ୍‌ ୬,୦୦୦ ବସା ମାଗଣାରେ ବାଣ୍ଟି ୧.୨ ଲକ୍ଷ ଘରଚଟିଆଙ୍କୁ ସୁରକ୍ଷା ଦେଇପାରିଛନ୍ତି। ୨୦୧୩ରୁ ସେ ଏ ବାବଦରେ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି, ଏପରି କିି ଚାକିରିରେ ଥିବା ସମୟରେ ବି ଦରମାର ୧୦% ଏଥି ଲାଗି ଦେଉଥିଲେ। ଉକ୍ତ କାର୍ଯ୍ୟରେ ନରେନ୍ଦ୍ରଙ୍କ ସ୍ତ୍ରୀ ଓ ଦୁଇ ଝିଅ ତାଙ୍କୁ ସହଯୋଗ କରୁଛନ୍ତି। କାନପୁରରେ ଥିବା ସମୟରେ ଘରଚଟିଆଙ୍କ ପାଇଁ ବସା ତିଆରି କରୁଥିବା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସି.ଏଲ୍‌. ଖାନ୍ନାଙ୍କଠାରୁ ପ୍ରଥମେ ଗୋଟିଏ ଓ ପରେ ୫ଟି ବସା ଆଣି ଘରଚଟିଆଙ୍କୁ ରଖିଥିଲେ ଏବଂ ସେଠାରୁ ହିଁ ତାଙ୍କ ଯାତ୍ରା ଆରମ୍ଭ ହୋଇଥିଲା। ୨୦୧୩ରେ କ୍ୟାନ୍‌ସରରେ ପୀଡ଼ିତ ହେବା ପରେ ସୁସ୍ଥ ହୋଇ ଦିଲ୍ଲୀରେ ଘରଚଟିଆ ବଂଶ ରକ୍ଷା କରି ବେଶ୍‌ ଖୁସି ଅନୁଭବ କରୁଛନ୍ତି ବୋଲି କୁହନ୍ତି ନରେନ୍ଦ୍ର। ଏବେ ସେ ନିଜେ ବସା ତିଆରି କରି ଲୋକମାନଙ୍କୁ ବାଣ୍ଟୁଛନ୍ତି ଓ ଏହାକୁ କିପରି, କେଉଁଠାରେ ଲଗାଯିବ ସେ ସମ୍ପର୍କରେ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି।