ଏଇ ଭାରତରେ

କର୍ନାଟକର ଦିବ୍ୟା ସେଟ୍ଟୀ ଓ ବିଷ୍ଣୁ ବର୍ଦ୍ଧନଙ୍କ ପରବେଶ ଚିନ୍ତା ବେଶ୍‌ ପ୍ରେରଣାଦାୟକ। ପ୍ରତି ମାସରେ ଏହି ଦମ୍ପତି ଅନେକ ଟନ୍‌ ବର୍ଜ୍ୟ ରିସାଇକ୍ଲିଂ କରୁଛନ୍ତି। ଉକ୍ତ ଦମ୍ପତି ସର୍କଲ ଏକ୍ସ, ପେପା ଏବଂ ଇଣ୍ଡିଆନ୍‌ ସୁପର ହିରୋ ନାମକ ତିନୋଟି ଷ୍ଟାର୍ଟଅପ୍‌ ଗଠନ କରି ବର୍ଜ୍ୟ ସମସ୍ୟା ସମାଧାନ କରିବା ସହ କୃଷକମାନଙ୍କୁ ସାହାଯ୍ୟ କରୁଛନ୍ତି। ଇଣ୍ଡିଆନ୍‌ ‘ସୁପର ହିରୋ’ ମାଧ୍ୟମରେ କୃଷକମାନଙ୍କୁ ଜୈବିକ ଚାଷରେ ସାହାଯ୍ୟ କରିବା ସହ ସେମାନଙ୍କ ଉପତ୍ାଦକୁ ସିଧାସଳଖ ବିକ୍ରି କରିବାର ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା ୮୦୦ କୃଷକଙ୍କ ରୋଜଗାର ବୃଦ୍ଧି କରିବାରେ ସକ୍ଷମ ହୋଇଛନ୍ତି। ଦିବ୍ୟାଙ୍କ ବୟସ ୩୧। ବେଙ୍ଗାଲୁରରେ କୃଷକ ସମସ୍ୟା ଉପରେ ହୋଇଥିବା ଏକ ଆଲୋଚନାରେ ଦିବ୍ୟା ଓ ବିଷ୍ଣୁ ପରସ୍ପରକୁ ଭେଟିଥିଲେ ଓ ଦୁଇ ଜଣଙ୍କ ଲକ୍ଷ୍ୟ ସମାନ ଥିବାରୁ ସେମାନେ ୨୦୧୯ରେ ବିହାହ କରିଥିଲେ। ସେମାନେ ‘ପେପା’ ମାଧ୍ୟମରେ ବର୍ଜ୍ୟ କାଗଜ ସହ ଫୁଲମଞ୍ଜିକୁ ନେଇ ସିଡ୍‌ ପେନସିଲ (ପ୍ଲାଣ୍ଟେସିଲ) ତିଆରି କରୁଛନ୍ତି। ଦିବ୍ୟା ଓ ବିଷ୍ଣୁ ସର୍କଲ ଏକ୍ସ ଓ ଇଣ୍ଡିଆନ୍‌ ସୁପର ହିରୋ ଷ୍ଟାର୍ଟଅପ୍‌ ମାଧ୍ୟମରେ କଠିନ ବର୍ଜ୍ୟଗୁଡ଼ିକୁ ରିସାଇକ୍ଲିଂ କରୁଛନ୍ତି। ମାସକୁ ସେମାନେ ୧୦,୦୦୦ ମେଟ୍ରିକ ଟନ୍‌ ବର୍ଜ୍ୟ ପ୍ରୋସେସିଂ କରିପାରୁଛନ୍ତି। ଏହି କାର୍ଯ୍ୟରେ ୧୦,୦୦୦ ବର୍ଜ୍ୟ ସଂଗ୍ରହକାରୀ ଓ କବାଡିବାଲା ସଶକ୍ତ ହୋଇଛନ୍ତି।