ଏଇ ଭାରତରେ

ମାଗଣାରେ ୟୁପିଏସ୍‌ସି କୋଚିଂ ଦେଉଛନ୍ତି ପୂର୍ବତନ ଆଇଏଏସ୍‌ ଅଧିକାରୀ ଅରୁଣ କୁମାର। ସେ ଆଶାୟୀମାନଙ୍କୁ ପାଟନାରେ ଗଙ୍ଗାକୂଳରେ କୋଚିଂ ଦେଉଛନ୍ତି। ତାଙ୍କ ପାଖରୁ ପାଖାପାଖି ୩ ହଜାର ଛାତ୍ରୀଛାତ୍ର କୋଚିଂ ନେଉଛନ୍ତି। ଅରୁଣଙ୍କ ସ୍ତ୍ରୀ ଜଣେ ସାମାଜିକ କର୍ମୀ। ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଅରୁଣ ଚାକିରି ଛାଡ଼ି ଛାତ୍ରମାନଙ୍କୁ ସାହାଯ୍ୟ କରୁଛନ୍ତି। ଯେଉଁ ଛାତ୍ରମାନେ ବ୍ୟୟବହୁଳ କୋଚିଂ ନେବାକୁ ଅକ୍ଷମ, ସେମାନଙ୍କୁ ସେ କୋଚିଂ ଦେଉଛନ୍ତି। କମ୍‌ ଖର୍ଚ୍ଚରେ କୋଚିଂ ଦେବା ଲାଗି ଅରୁଣ ମୁକ୍ତାକାଶ କ୍ଲାସ୍‌ କରୁଛନ୍ତି। ପ୍ରତିଦିନ ସକାଳେ ସେ କ୍ଲାସ ଚାଲୁଛି। ୧୯୯୪ ବ୍ୟାଚ ଆଇଏଏସ୍‌ ଅଧିକାରୀ ଅରୁଣ କୁମାର ବିନା କୋଚିଂରେ କୃତକାର୍ଯ୍ୟ ହୋଇଥିଲେ। ଏବେ ତାଙ୍କ କୋଚିଂ କ୍ଲାସରୁ ୟୁପିଏସ୍‌ସି ପରୀକ୍ଷାରେ ବହୁ ଛାତ୍ର ସଫଳ ହୋଇ ପାରିଛନ୍ତି।