ଏଇ ଭାରତରେ

ଜଣେ ବ୍ୟକ୍ତି ଜୀବିତ ଥାଇ ମଧ୍ୟ ସରକାରୀ କାଗଜପତ୍ରରେ ମୃତ ଘୋଷିତ ହେବା ଜାଣି ଆଶ୍ଚର୍ଯ୍ୟ ହେଉଥିବେ। ହେଲେ ଏହା ସତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ମୈନପୁରୀର ଜାଫରପୁର ଗାଁର ଉକ୍ତ ବ୍ୟକ୍ତିଙ୍କ ନାମ ଗଙ୍ଗା ସିଂ। ୮୦ ବର୍ଷୀୟ ଗଙ୍ଗାଙ୍କ ସଂସାର କହିଲେ ସ୍ତ୍ରୀ ହୋମଶ୍ରୀ ଏବଂ ଦୁଇ ପୁଅ। ସେ ଚାଷରୁ ଆୟ କରିବା ସହ ବୃଦ୍ଧାବୃଦ୍ଧ ପେନ୍‌ସନ ଏବଂ କିଷାନ ସମ୍ମାନ ନିଧି ଟଙ୍କାରେ ଚଳନ୍ତି। କିନ୍ତୁ ଜୁଲାଇ ୩ରେ ଯେତେବେଳେ ସେ ପେନ୍‌ସନ ଆଣିବା ପାଇଁ ବ୍ୟାଙ୍କରେ ପହଞ୍ଚିଥିଲେ, ସେତେବେଳେ ବ୍ୟାଙ୍କ କର୍ମଚାରୀ ଟଙ୍କା ଆସିବା ବନ୍ଦ ହୋଇଥିବା ସମ୍ପର୍କରେ ତାଙ୍କୁ କହିଥିଲେ। ଏହାର ସତ୍ୟାସତ୍ୟ ଜାଣିବା ଲାଗି ଗଙ୍ଗା ସାମାଜିକ କଲ୍ୟାଣ କାର୍ଯ୍ୟାଳୟକୁ ଗଲେ। ସେଠାକାର କର୍ମଚାରୀ କମ୍ପ୍ୟୁଟରରେ ଗଙ୍ଗାଙ୍କ ପାସ୍‌ବୁକ୍‌ ଏବଂ ଆଧାରକାର୍ଡ ନମ୍ବର ପ୍ରବେଶ କରାଇଥିଲେ ଓ ରେକର୍ଡରେ ସେ ମୃତ ବୋଲି ଜଣାପଡ଼ିିଲା। ସାମାଜିକ କଲ୍ୟାଣ ବିଭାଗ କର୍ମଚାରୀ ଏହି କାର୍ଯ୍ୟ ନଗର ପଞ୍ଚାୟତର ବୋଲି କହିଥିଲେ। ପରେ ଗଙ୍ଗା ନଗର ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ ଏବଂ ସେଠା କର୍ମଚାରୀ କହିଥିଲେ ଯେ, ଭୁଲ୍‌ରେ ମୃତକଙ୍କ ତାଲିକାରେ ତାଙ୍କ ନାମ ସ୍ଥାନ ପାଇଛି। ଏହାର ଏକ ମାସ ପରେ ମଧ୍ୟ ଗଙ୍ଗା ସିଂ ସରକାରୀ କାଗଜପତ୍ରରେ ମୃତ ହୋଇ ରହିଛନ୍ତି। ଗଙ୍ଗା ସବୁଠି ବିଫଳ ହେବା ପରେ ଏବେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri