ଗୋଟିଏ କି ଦୁଇଟି ନୁହେଁ, ୭୦୦ରୁ ଅଧିକ କିସମର ବିଦେଶୀ ଫଳ ଉପତ୍ାଦନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି କର୍ନାଟକର କୃଷକ ଅନିଲ ବଲାଞ୍ଜ। ସେ ଏହି ଫଳର ମଞ୍ଜି ୪୦ଟି ଦେଶରୁ ସଂଗ୍ରହ କରିଛନ୍ତି। ଅନିଲଙ୍କ ପିତା ଜଣେ କୃଷକ ଥିଲେ। ତାଙ୍କ ପିତା ମୁଖ୍ୟତଃ ପଣସ ଓ ଆମ୍ବଚାଷ କରୁଥିଲେ। ପିଲାଦିନେ ଅନିଲ ପିତାଙ୍କ କୃଷିକାର୍ଯ୍ୟ ପ୍ରତି ଆକର୍ଷିତ ହୋଇଥିଲେ। ପରେ ଅନିଲଙ୍କୁ ୧୯ ବର୍ଷ ହୋଇଥିବାବେଳେ ସେ ଆର୍କା, ନଡ଼ିଆ ଏବଂ ରବର ଚାଷ ଆରମ୍ଭ କରିଥିଲେ। କିନ୍ତୁ ପାଞ୍ଚବର୍ଷ ପୂର୍ବେ ଫଳଚାଷକୁ ବ୍ୟାପକ କରିବା ଲାଗି ସେ ବିଦେଶୀ ଫଳ ଚାଷ କରିବାକୁ ଯୋଜନା କରିଥିଲେ। ପ୍ରଥମେ ଆମ ଦେଶରେ କରାଯାଉଥିତ୍ବା ଆଭାକୋଡା, ସାନ୍ତୋଲ, କିପେଲ ଓ ଆଉ କିଛି ଚାଷ ଆରମ୍ଭ କରିଥିଲେ। ଦକ୍ଷିଣ କନ୍ନଡ ଜିଲାରେ ଥିବା ଅନିଲଙ୍କ ୩୦ ଏକର ଫାର୍ମ ଏବେ ୭୦୦ ପ୍ରକାର ବିଦେଶୀ ଫଳଗଛ ଶୋଭା ପାଉଛି। ବିଦେଶରେ ଥିବା ତାଙ୍କ ସାଙ୍ଗମାନେ ଏହିସବୁ ଫଳ ମଞ୍ଜି ପାଇବାରେ ତାଙ୍କୁ ସାହାଯ୍ୟ କରିଛନ୍ତି। ଏହା ବ୍ୟତୀତ ଦେଶରେ ବିଭିନ୍ନ ନର୍ସରୀରୁ ବି ସେ କେତେକ ଚାରା ସଂଗ୍ରହ କରିଛନ୍ତି। ସେ ବୈଜ୍ଞାନିକ ପଦ୍ଧତିରେ ଚାଷ କରୁଛନ୍ତି। ଅଧିକାଂଶ ଫଳଚାରା କିମ୍ବା ମଞ୍ଜି ସେ ମାଲେସିଆ, କାମ୍ବୋଡିଆ, ଭିଏତ୍ନାମ, ବ୍ରାଜିଲ ଓ ଥାଇଲାଣ୍ଡ ଆଦି ଦେଶରୁ ସଂଗ୍ରହ କରିଛନ୍ତି।