ଏଇ ଭାରତରେ

ପିଲାଟିର ନାମ ପି. ନିରଞ୍ଜନ। ବୟସ ୧୧। ପଢୁଛନ୍ତି ୬ଷ୍ଠ ଶ୍ରେଣୀରେ। କିନ୍ତୁ ସେ କେରଳର କୃଷି ବିଭାଗ ଦ୍ୱାରା ଏର୍ନାକୁଲମ ଜିଲାର ବେଷ୍ଟ ଷ୍ଟୁଡେଣ୍ଟ ଫାର୍ମର ପୁରସ୍କାର ପାଇସାରିଛନ୍ତି। ନିରଞ୍ଜନଙ୍କ କୃଷିମନସ୍କତା ତାଙ୍କୁ ଏଭଳି ସଫଳତା ଦେଇଛି। ସେ ତାଙ୍କ ଅଗଣାରେ ଏକ ବଗିଚା କରି ସେଥିରୁ ବିଭିନ୍ନ ପ୍ରକାର ପରିବା, ଫଳ ଓ ଫୁଲ ଉପତ୍ାଦନ କରୁଛନ୍ତି। ସେ ଅପରାହ୍ନରେ ଦୁଇରୁ ତିନିଘଣ୍ଟା ସମୟ ବଗିଚା ପାଇଁ ଦେଉଛନ୍ତି। ପରିବାରର ଆବଶ୍ୟକତା ପୂରଣ ହେବା ପରେ ବଳକା ଉପତ୍ାଦକୁ ସେ ପଡ଼ୋଶୀ ଏବଂ ଅନ୍ୟମାନଙ୍କୁ ଦେଉଛନ୍ତି। ଏହା ବ୍ୟତୀତ ସେ ନିଜସ୍ବ ଉଦ୍ୟମରେ ଏକପ୍ରକାର ଜୈବିକ ସାର ପ୍ରସ୍ତୁତ କରୁଛନ୍ତି, ଯାହା ଗଛକୁ ବଢ଼ିବାରେ ଖୁବ୍‌ ସହାୟକ ହେଉଥିବା କୃଷି ବିଭାଗ ଦ୍ୱାରା ପ୍ରମାଣିତ ହୋଇଛି। ନିମ୍ବ ଓ ବାଦାମ ପିଡ଼ିଆ, ଗୋବର ଆଦି ମିଶାଇ ସେ ଏହି ସାର ପ୍ରସ୍ତୁତ କରୁଛନ୍ତି। ନିରଞ୍ଜନ କୋଟ୍ଟୁଭାଲିର ଛବରା ଦର୍ଶନ ସିଏମ୍‌ଆଇ ପବ୍ଲିକ ସ୍କୁଲରେ ପଢୁଛନ୍ତି। ସେଠାରେ ମଧ୍ୟ ସ୍କୁଲ ପକ୍ଷରୁ ଜୈବିକ ଚାଷ କରାଯାଉଛି। ସ୍କୁଲରେ ଏକ ଇକୋ ଶପ୍‌ ରହିଛି, ଯେଉଁଠି କୃଷି ଉପତ୍ାଦ ବିକ୍ରି କରାଯାଉଛି। ସ୍କୁଲରେ ଏଥିଲାଗି ଏକ ନେଚର କ୍ଲବ କରାଯାଇଛି ଓ ନିରଞ୍ଜନ ଏହାର ସେକ୍ରେଟାରି ରହିଛନ୍ତି। ତାଙ୍କ ମାତାପିତା ଓ ଜେଜେଙ୍କ କୃଷି ପ୍ରତି ରହିଥିବା ରୁଚିକୁ ଲକ୍ଷ୍ୟ କରି କୃଷି କାର୍ଯ୍ୟରେ ଲାଗିଛନ୍ତି ବୋଲି କୁହନ୍ତି ନିରଞ୍ଜନ।