ଏଇ ଭାରତରେ

ଦିଲ୍ଲୀ ସହରରେ ଏମିତି ଏକ ଘର ଯେଉଁଠି ବିଦ୍ୟୁତ୍‌ ବିଲ୍‌ ଶୂନ। ଏହା ସମ୍ଭବ ହୋଇଛି ଆଇଟି କମ୍ପାନୀରେ କାମ କରୁଥିବା ଅମିତ୍‌ ମେହେଟାଙ୍କ ଦ୍ୱାରା। ଅମିତ୍‌ ତାଙ୍କ ଦୁଇ ମହଲା ବିଶିଷ୍ଟ ଘରକୁ ସମ୍ପୂର୍ଣ୍ଣ ସୌରଶକ୍ତିରେ ଚଳାଉଛନ୍ତି । ସେ ଛାତ ଉପରେ ସୋଲାର୍‌ ପ୍ୟାନେଲ ଲଗାଇଛନ୍ତି ଓ ତା’ ତଳେ ପନିପରିବା ଚାଷ ମଧ୍ୟ କରୁଛନ୍ତି। ଫଳରେ ଅଧିକ ଖରାରେ ଫସଲ ନଷ୍ଟ ହେଉନାହିଁ ଏବଂ ସବୁ ଋତୁରେ ପରିବା ଚାଷ ସମ୍ଭବ ହେଉଛି। ୨୦୨୧ରୁ ଅମିତ୍‌ ସୌର ବିଦ୍ୟୁତ୍‌ ଉତ୍ପାଦନ ସହ ପରିବା ଚାଷ କରୁଛନ୍ତି। ପ୍ରଥମେ ସେ ଏଥିରେ ୨ ଲକ୍ଷ ୨୫ ହଜାର ଟଙ୍କା ନିବେଶ କରିଥିଲେ ଓ ବର୍ଷେ ମଧ୍ୟରେ ୧ ଲକ୍ଷ ୨୫ ହଜାର ଟଙ୍କା ଫେରି ପାଇଛନ୍ତି। ପ୍ରତି ମାସରେ ତାଙ୍କ ଘରର ବିଦ୍ୟୁତ୍‌ ବିଲ୍‌ ୫ରୁ ୭ ହଜାର ଆସୁଥିଲା ଓ ସୌରଶକ୍ତି ଉପଯୋଗ ଦ୍ୱାରା ବିଦ୍ୟୁତ୍‌ ବିଲ୍‌ ଶୂନ ହୋଇଯାଇଛି। ଏବେ ସୋଲାର ପ୍ୟାନେଲ ଲଗାଇବା ଲାଗି ସେ ଅନ୍ୟମାନଙ୍କୁ ପ୍ରେରିତ କରୁଛନ୍ତି ଓ ସରକାରୀ ଯୋଜନାରେ ଏହା କିଭଳି କରାଯାଇପାରିବ ସେଥିରେ ଲୋକମାନଙ୍କୁ ସହଯୋଗ କରୁଛନ୍ତି।