ଏଇ ଭାରତରେ

ଭୋପାଳରେ ଦେଶର ପ୍ରଥମ ଛାଡ଼ପତ୍ର ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ୧୮ ଜଣ ପୁରୁଷ ଏବଂ ସେମାନଙ୍କ ପରିବାର ଅନ୍ତର୍ଭୁକ୍ତ ହେବେ, ଯେଉଁମାନେ ଛାଡ଼ପତ୍ର ଆଦେଶ ପାଇଛନ୍ତି। ଭୋପାଳ ଭାଇ ୱେଲଫେୟାର ସୋସାଇଟି ୧୮ ସେପ୍ଟେମ୍ବରରେ ଏହି ଉତ୍ସବ ଆୟୋଜନ କରୁଛି। ୫ ରୁ ୧୦ ବର୍ଷର ଦୀର୍ଘ ସଂଘର୍ଷରେ ମିଳିଥିବା ଛାଡ଼ପତ୍ର ପରେ ଉତ୍ସବ ପାଳନ କରିବାକୁ ଅତିଥିମାନଙ୍କୁ ପ୍ରିଣ୍ଟିଂ କାର୍ଡ ଦ୍ୱାରା ନିମନ୍ତ୍ରଣ କରାଯାଇଛି। ଏହାର କାର୍ଡ ଭାଇରାଲ ହୋଇଛି। ଭାଇ ୱେଲଫେୟାର ସୋସାଇଟିର ସଭାପତି ଜାକି ଅହମ୍ମଦ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ପୁରୁଣା ଜୀବନରୁ ବାହାର କରି ନୂତନ ଜୀବନରେ ଆଗକୁ ବଢ଼ାଇବା। ଜଣେ ବ୍ୟକ୍ତି ତାଙ୍କ ବିବାହକୁ ୨ ହଜାର ଲୋକଙ୍କୁ ନିମନ୍ତ୍ରଣ କରନ୍ତି। ବିବାହ ପରି ଛାଡ଼ପତ୍ର ଉତ୍ସବରେ ମଧ୍ୟ ଭିନ୍ନ ରୀତିନୀତି ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଛାଡ଼ପତ୍ର ଆଦେଶ ବଣ୍ଟନ କରାଯିବ। ମିଠା ସହିତ ଏଠାରେ ଖାଦ୍ୟରେ ମସୁର ଡାଲି ଏବଂ ବାଫଲ ସହିତ ଅନ୍ୟାନ୍ୟ ଖାଦ୍ୟ ରହିବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ୨୦୦ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଜାକି ଅହମ୍ମଦ କହିଛନ୍ତି ଯେ ମାନସିକ, ସାମାଜିକ ତଥା ଆର୍ଥିକ ଦୃଷ୍ଟିରୁ ଛାଡ଼ପତ୍ର ମାମଲାରେ ଭାଙ୍ଗିଯାଇଥିବା ଲୋକଙ୍କ ସହ ତାଙ୍କ ସୋସାଇଟି ଛିଡ଼ାହୋଇଛି।