ଏଇ ଭାରତରେ

ମଧ୍ୟପ୍ରଦେଶ ଝାବୁଆ ଜିଲାର ଆଦିବାସୀ ଝିଅମାନେ ଏବେ ବାଉଁଶରେ ଦୀପ ତିଆରି କରି ଉଦାହରଣ ପାଲଟିଛନ୍ତି। ସେମାନେ ଦୀପାବଳି ଲାଗି ୯ ହଜାର ଦୀପ ତିଆରି କରିବାର ଲକ୍ଷ୍ୟ ରଖିଛନ୍ତି। ଏବେ ସୁଦ୍ଧା ସେ ୧ ଲକ୍ଷ ଟଙ୍କାର ଅର୍ଡର ବି ପାଇଛନ୍ତି। ସେମାନେ ରାଜଗଡାରୁ ବାଉଁଶ କିଣି ସେଥିତ୍ରେ ଏହି ଦୀପ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଜିଲାରେ ଆଦିବାସୀଙ୍କୁ ଆମତ୍ନିର୍ଭର କରିବା ଲାଗି କାର୍ଯ୍ୟକରୁଥିତ୍ବା ସଂସ୍ଥା ଶିବଗଙ୍ଗା ୩୦ ଜଣ ଆଦିବାସୀ ଯୁବତୀଙ୍କୁ ପ୍ରଶିକ୍ଷଣ ଦେଇ ବାଉଁଶ ଦୀପ ତିଆରି କରୁଛି। ଏହି ସଂସ୍ଥା ଦୀପ ବିକ୍ରିି କରିବାକୁ ୨ ଅକ୍ଟୋବର ଗାନ୍ଧୀଜୟନ୍ତୀରୁ ଅନ୍‌ଲାଇନ ବୁକିଂ ଆରମ୍ଭ କରିଛି। ଏବେସୁଦ୍ଧା ଦିଲ୍ଲୀ, ମୁମ୍ବାଇ, ଭୋପାଳ, ବେଙ୍ଗାଲୁରୁ, ନୋଏଡା ଆଦି ବହୁ ବଡ ସହରରୁ ୧ ଲକ୍ଷ ଟଙ୍କାର ଅର୍ଡର ମିଳିିଛି। ସେମାନେ ଧନୁଷ ଓ ମହୁଆ ନାମରେ ଦୁଇ ପ୍ରକାର ଦୀପ ତିଆରି କରୁଛନ୍ତି। ସେମାନଙ୍କ ହାତ ତିଆରି ବାଉଁଶର ଲ୍ୟାମ୍ପର ଚାହିଦା ବି କିଛି କମ୍‌ ନାହିଁ। ଦୀପ ବିକ୍ରି କରିବାକୁ ଯେଉଁ ପ୍ରମୋ କରାଯାଇଛି ସେଥିରେ ସଂସ୍ଥା ସହ ଜଡିତ ଜଣେ ସ୍ଥାନୀୟ ଆଦିବାସୀ ମହିଳାଙ୍କୁ ନିଆଯାଇଛି। ନାମ ବାମ୍ବୁ ଦିଆଯାଇଛି । ଏମାନେ ଏବେ ପୁଣେରୁ ବାଉଁଶ ଆଣି ଲଗାଇଛନ୍ତି। ତିନି ବର୍ଷ ପରେ ଆଉ ସେମାନଙ୍କୁ ବାଉଁଶ କିଣିବାକୁ ପଡିବନି ବୋଲି କହନ୍ତି ସଂସ୍ଥାର ସଦସ୍ୟ ମହେଶ ଶର୍ମା। ଅଧ୍ୟୟନରତ ବହୁ ଛାତ୍ରୀଛାତ୍ର ଏହି ସଂସ୍ଥା ସହ ମିଶି ବିଦେଶରେ କିଭଳି ବାଉଁଶ ଉପତ୍ାଦ ବିକ୍ରି ହୋଇପାରିବ ସେଥିପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି।