ଏଇ ଭାରତରେ

କପଡ଼ା କମ୍ପାନୀର ଅନେକ ହଜାର କେ.ଜି. ଅଦରକାରୀ କପଡ଼ା ଠୁଳ ହୋଇ ରହେ। ବହୁମସୟରେ ଏହାକୁ ବାହାରେ ଫିଙ୍ଗି ଦିଆଯାଏ, ଯାହା ପରିବେଶ ଲାଗି ବିପଦ ।
ଏହାର ଗମ୍ଭୀରତାକୁ ଚିନ୍ତା କରି ବର୍ଜ୍ୟ ବା ଅଦରକାରୀ କପଡ଼ାର ଅପସାଇକିଲିଂ କରୁଛନ୍ତି ଦିଲ୍ଲୀର ଡିଜାଇନର କିର୍ତ୍ତୀ ଟୁଲା। ସେ ବର୍ଜ୍ୟ କପଡ଼ାରୁ କମ୍‌ ପାଣି ଉପଯୋଗ କରି ବିଭିନ୍ନ ଡିଜାଇନ ପୋଷାକ ତିଆରି କରୁଛନ୍ତି। କିର୍ତ୍ତୀ ପରିବେଶ ଉପଯୋଗୀ ଫ୍ୟାଶନ ବ୍ରାଣ୍ଡ୍‌ ‘ଡୁଡୁଲେଜ’ ଦ୍ୱାରା ଏହି କାର୍ଯ୍ୟ କରୁଛନ୍ତି। ସେ ୨୦୧୨ରେ ଉକ୍ତ ବ୍ରାଣ୍ଡ୍‌ ପ୍ରତିଷ୍ଠା କରିଥିଲେ। କିର୍ତ୍ତୀ ଏବଂ ତାଙ୍କ ବ୍ରାଣ୍ଡ୍‌ ସହରକୁ ଅଦରକାରୀ କପଡ଼ା ଠୁଳ ହେବା ସମସ୍ୟାରୁ ମୁକ୍ତ କରିବାରେ ବେଶ୍‌ ସହାୟକ ହୋଇପାରିଛି। କିର୍ତ୍ତୀ ଲଣ୍ଡନରେ ଡିଜାଇନିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଆଲାଏଡ ବ୍ଲେଣ୍ଡର୍ସ ଆଣ୍ଡ ଡିଷ୍ଟିଲେର୍ସ ପ୍ରାଇଭେଟ ଲିମିଟେଡ୍‌ ସହିତ ମିଶି ଏବେ ସୁଦ୍ଧା ୫,୦୦୦ କେଜି ଅଦରକାରୀ କପଡ଼ା ଉପଯୋଗ କରିସାରିଲେଣି ଓ ୪୬ ମିଲିୟନ ଲିଟର ପାଣି ବଞ୍ଚାଇ ପାରିଛନ୍ତି।