ଏଇ ଭାରତରେ

ବୟସ ୮୮। ତଥାପି ଚଳଚଞ୍ଚଳ ତାମିଲନାଡୁର ନଞ୍ଜାମଲ। ସେ ଦୁଇଟି ଗାଁର ପ୍ରାୟ ସବୁ ପରିବାରକୁ କିଚେନ ଗାର୍ଡେନ କରିବାରେ ସହଯୋଗ କରିଛନ୍ତି। କୋଏମ୍ବାଟୁର ପୁଙ୍ଗନଗରର ଥୋପାମପଟ୍ଟି ନିବାସୀ ନଞ୍ଜାମଲ ନିଜେ କରିଥିବା କିଚେନ ଗାର୍ଡେନରୁ ୧୭ ପ୍ରକାର ପରିବା ଉପତ୍ାଦନ କରିବା ସହ ତାଙ୍କ ଗାଁର ସମସ୍ତଙ୍କ ଘରେ ଏହି ଗାର୍ଡେନ କରି ପରିବା ଚାଷ କରାଇପାରିଛନ୍ତି। ସକାଳୁ ଉଠି ନିଜ ଗାର୍ଡେନର ଯନତ୍ ନେବା ପରେ ବାହାରି ଯାଉଛନ୍ତି ଅନ୍ୟମାନଙ୍କ ଗାର୍ଡେନର ଅନୁଧ୍ୟାନ କରିବାକୁ। ଏହାବ୍ୟତୀତ ଏରୋଡେ ଜିଲା ତାଙ୍କ ପୈତୃକ ଗାଁ ଅନପଲାୟମରେ ମଧ୍ୟ କିଚେନ ଗାର୍ଡେନ କରିବାକୁ ସେ ଲୋକମାନଙ୍କୁ ସହଯୋଗ କରୁଛନ୍ତି। ସପ୍ତାହକୁ ଦୁଇଦିନ ସେହି ଗାଁକୁ ଯାଉଛନ୍ତି ଗାର୍ଡେନ୍‌ଗୁଡ଼ିକର ଭଲମନ୍ଦ ବୁଝିବାକୁ। ଦୁଇଟି ଗାଁରେ ସେ ୧୬୦ରୁ ଊର୍ଦ୍ଧ୍ୱ ପରିବାରରେ କିଚେନ୍‌ ଗାର୍ଡେନ କରାଇ ପାରିଛନ୍ତି। ନଞ୍ଜାମଲ ଲୋକମାନଙ୍କୁ ମଞ୍ଜି ଓ ଚାରା ବି ଯୋଗାଇ ଦେଉଛନ୍ତି। ଏଥିପାଇଁ ତାଙ୍କୁ ଲୋକେ ‘ପରିବା ଆଈମା’ ବୋଲି ସମ୍ବୋଧନ କରୁଛନ୍ତି। ସବୁ ଗାର୍ଡେନରେ ଜୈବିକ ଉପାୟରେ ଚାଷ କରାଯାଉଛି। ଉକ୍ତ କାର୍ଯ୍ୟରେ ନଞ୍ଜାମଲଙ୍କୁ ତାଙ୍କ ପୁଅ ଭାରତୀ ଚିନାସ୍ବାମୀ ସହଯୋଗ କରୁଛନ୍ତି। ଏହି ଦୁଇ ଗାଁ ପରେ ଏବେ ମା’ପୁଅ କୋଏମ୍ବାଟୁରର ୧୦ଟି ଗାଁରେ କିଚେନ ଗାର୍ଡେନ ଅଭିଯାନ ଚଳାଇଛନ୍ତି।