ଏଇ ଭାରତରେ

ସୋଲାର ବା ସୌରଶକ୍ତିକୁ ବିକଳ୍ପ ଭାବେ ବ୍ୟବହାର କରିବାରେ ଚେତନ ସୋଲାଙ୍କିଙ୍କ ପ୍ରୟାସ ପ୍ରଶଂସନୀୟ। ବରଓ୍ବାନୀ ନିବାସୀ ସୋଲାଙ୍କି ଆଇଆଇଟି ମୁମ୍ବାଇର ଜଣେ ପ୍ରଫେସର । ସେ ଲୋକମାନଙ୍କ ମଧ୍ୟରେ ସୌରଶକ୍ତିର ଗ୍ରହଣୀୟତା ବଢ଼ାଇବା ପାଇଁ ‘ଶକ୍ତି ସ୍ବରାଜ ଯାତ୍ରା’ ଆରମ୍ଭ କରିଛନ୍ତି। ଏକ ସୌର ଚାଳିତ ବସ୍‌ରେ ମଧ୍ୟପ୍ରଦେଶରୁ ସେ ଏହି ଯାତ୍ରା ଆରମ୍ଭ କରି ସାରାଦେଶ ଭ୍ରମଣ କରୁଛନ୍ତି। ଏଥିପାଇର୍ଁ ସୋଲାଙ୍କିଙ୍କୁ ‘ସୋଲାର ଗାନ୍ଧୀ’ କୁହାଯାଉଛି। ସେ ୟୁରୋପରେ ଅକ୍ଷୟ ଶକ୍ତି ଉପରେ ଗବେଷଣା କରି ୨୦୦୪ରେ ଭାରତ ଫେରିବା ପରେ ସେ ଉକ୍ତ ବିଷୟରେ ଲୋକଙ୍କୁ ସଚେତନ କରିବାକୁ ଯୋଜନା କରିଥିଲେ। ପ୍ରଫେସର ଥିବାବେଳେ ସେ ୧୧ ବର୍ଷ ଧରି ଅସ୍ଥାୟୀ ବସ୍‌ରେ ଦେଶ ଭ୍ରମଣ କରିବା ସମୟରେ ଅକ୍ଷୟ ଶକ୍ତି ସମ୍ପର୍କରେ କ୍ଲାସ ଆୟୋଜନ କରୁଥିଲେ ଓ ଲୋକମାନଙ୍କୁ ପରିବେଶ ସହନୀୟ ଜୀବନଶୈଳୀର ମହତ୍ତ୍ୱ ସମ୍ପର୍କରେ ଶିକ୍ଷା ଦେଉଥିଲେ। ଏବେ ଅବୈତନିକ ଛୁଟିରେ ରହି ସୋଲାର ବସ୍‌ରେ ୨୦୨୦ରୁ ‘ଶକ୍ତି ସ୍ବରାଜ ଯାତ୍ରା’ ଆରମ୍ଭ କରିଛନ୍ତି। ଏହା ୨୦୩୦ ଯାଏ ଚାଲିବ। ଏହି ବସ୍‌ରେ ୮ଟି ସୋଲାର ପ୍ୟାନେଲ ଲାଗିଛି। ଏଯାବତ୍‌ ସେ ସାରା ଦେଶରେ ଜଳବାୟୁ ସମ୍ପର୍କିତ ୬୦୦ କ୍ଲାସ୍‌ କରିସାରିଲେଣି। ସେ ମଧ୍ୟପ୍ରଦେଶର ଏକ ଗାଁରେ ଗୋଟିଏ ସ୍କୁଲ୍‌ ଆରମ୍ଭ କରିଛନ୍ତି, ଯାହା ସମ୍ପୂର୍ଣ୍ଣ ସୌରଶକ୍ତିରେ ଚାଲୁଛି। ସେଠାରେ ସେ ଗ୍ରାମବାସୀଙ୍କୁ ସୋଲାର ଲାଣ୍ଟିନ ତିଆରି କରିବା କୌଶଳ ଶିିକ୍ଷା ଦେଉଛନ୍ତି।