ଏଇ ଭାରତରେ

ପୁରୁଣା ଶାଢ଼ି, କପଡ଼ା, ପରଦା, ବେଡ୍‌ଶିଟ ଆଦିର ପୁନଃ ଉପଯୋଗ କରି ନୂଆ ଡିଜାଇନର ଫେଶନେବଲ ଡ୍ରେସ୍‌ ତିଆରି କରୁଛନ୍ତି କୋଲକାତାର ମେଘନା ନାୟକ। ସେ ପ୍ରତିବର୍ଷ କୋଲକାତାର ବିଭିନ୍ନ ପୂଜା ମଣ୍ଡପରୁ କପଡା ସଂଗ୍ରହ କରି ଏଥିରେ ଲଗାଇଥାନ୍ତି। ମେଘନାଙ୍କ ବୟସ ୩୭। ମେଘନା ଫାଲମଥ ୟୁନିଭର୍ସିଟିରୁ ସାମ୍ବାଦିକତାରେ ୨୦୦୮ରେ ଡିଗ୍ରୀ ହାସଲ କରିବା ପରେ କୋଲକାତାରେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ସାମ୍ବାଦିକ ବୃତ୍ତି ଛାଡ଼ି ଫ୍ୟାଶନ ଡିଜାଇନ ଜଗତକୁ ପ୍ରବେଶ କରିଥିଲେ। ୨୦୧୧ରେ ଏକ ପରିବେଶ ଉପଯୋଗୀ ‘ଲତାସୀତା’ ବ୍ରାଣ୍ଡ୍‌ ଆରମ୍ଭ କରି ତା’ ମାଧ୍ୟମରେ ଆକର୍ଷଣୀୟ ପୋଷାକ ପ୍ରସ୍ତୁତ କରୁଛନ୍ତି। ବର୍ଜ୍ୟ କପଡ଼ା ଦ୍ୱାରା ବିଶ୍ୱରେ ୨୦% ଜଳ ପ୍ରଦୂଷିତ ହୁଏ ଏବଂ ଫ୍ୟାଶନ ୧୦% ବୈଶ୍ୱିକ କାର୍ବନ ନିର୍ଗମନର କାରଣ ହୋଇଥାଏ ବୋଲି ଜାଣିବା ପରେ ସେ ପୁରୁଣା କପଡ଼ାର ପରିବେଶ ସହନୀୟ ଉପତ୍ାଦ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲେ।