ଏଇ ଭାରତରେ

ବାଉଁଶ ନିର୍ମିତ ଏକ ସ୍କୁଲ ଅଛି ଯମୁନାକୂଳରେ। ଉତ୍ତରପ୍ରଦେଶ, ହରିୟାଣା, ବିହାର ଓ ମଧ୍ୟପ୍ରଦେଶରୁ ଆସି ଯମୁନାକୂଳରେ ରହୁଥିବା ଲୋକଙ୍କ ପିଲାମାନଙ୍କ ଶିକ୍ଷା ଲାଗି ଏହି ସ୍କୁଲ ଗଢ଼ିଛନ୍ତି ଦେବୀ ପାଲ୍‌ ଓ ଦୀପକ ଚୌଧୁରୀ। ବାହାରୁ ଆସୁଥିବା ଲୋକମାନେ ମୁଖ୍ୟତଃ ଯମୁନା ତଟବର୍ତ୍ତୀ ଅଞ୍ଚଳରେ ଚାଷ କରି ବଞ୍ଚୁଛନ୍ତି। ଉକ୍ତ ଅଞ୍ଚଳ ବନ୍ୟାପ୍ରବଣ ଓ ସେଠାରେ ସ୍ଥାୟୀ ସ୍କୁଲ ନିର୍ମାଣକୁ ପ୍ରଶାସନ ଅନୁମତି ଦେଉନଥିବାରୁ ଏହି ଦୁଇ ବନ୍ଧୁ ବାଉଁଶରେ ସ୍କୁଲ ନିର୍ମାଣ କରି ପିଲାଙ୍କୁ ପଢ଼ାଉଛନ୍ତି। ଏକତା ଫାଉଣ୍ଡେଶନ ସହଯୋଗରେ ସେମାନେ ଏହା କରିଛନ୍ତି। ଉକ୍ତ ସ୍କୁଲକୁ ଗୋଟିଏ ଜାଗାରୁ ଆଉ ଏକ ଜାଗାକୁ ମଧ୍ୟ ସ୍ଥାନାନ୍ତର କରାଯାଇପାରିବ ବୋଲି କହନ୍ତି ପାଲ୍‌। ଏହି ସ୍କୁଲର ନାମ ଶାରଦା ଯମୁନା ଖଦର ପାଠଶାଳା। ସ୍କୁଲ ପ୍ରତିଷ୍ଠା ହେବା ପରଠାରୁ ପିଲାମାନେ ଏବେ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ଉକ୍ତ ସ୍କୁଲରେ ପ୍ରଥମେ ୫ ଜଣରୁ କମ୍‌ ପିଲା ପଢ଼ୁଥିଲେ। ଏବେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇ ପହଞ୍ଚତ୍ଛି ୨୫୦ରେ। ଦୁଇ ବନ୍ଧୁ ପାଲ୍‌ ଓ ଚୌଧୁରୀ ପିଲାମାନଙ୍କ ପାଇଁ ବାଉଁଶରେ ଏକ କମ୍ପ୍ୟୁଟର ସେଣ୍ଟର ଓ କମ୍ପିଟେଟିଭ ପରୀକ୍ଷା ଲାଗି କୋଚିଂ ସେଣ୍ଟର ଖୋଲିବାକୁ ଯୋଜନା କରିଛନ୍ତି।