ଏଇ ଭାରତରେ

ସତିନ୍ଦର ବାଜଓ୍ବା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ସ୍କ୍ବାଶ ଟିମ୍‌ କୋଚ ପଦ ତ୍ୟାଗ କରି ଭାରତ ଫେରି ଶ୍ରମିକ, ରିକ୍ସାଚାଳକ, ଘରୋଇ କାର୍ଯ୍ୟ କରୁଥିବା ଲୋକମାନଙ୍କର ପିଲାଙ୍କୁ ନିୟମିତ ପାଠ୍ୟକ୍ରମ ସହ ସ୍କ୍ବାଶ ଓ ଯୋଗ ଶିକ୍ଷା ଦେଉଛନ୍ତି। ୨୦୦୯ରେ ଚଣ୍ଡିଗଡ଼ ସହର ନିକଟ ଅଟଓ୍ବା ଗାଁରେ ସେ ଜମି କିଣି ସପରିବାର ରହିବା ସହ ‘ଖେଳଶାଳା’ ଖୋଲି ପିଲାମାନଙ୍କୁ ଶିକ୍ଷା ଦେବା ଆରମ୍ଭ କରିଥିଲେ। ପ୍ରଥମେ ୩୫ ଜଣ ଅସହାୟ ପିଲାଙ୍କୁ ନେଇ ସେ ଏହା ଆରମ୍ଭ କରିଥିଲେ। ପରେ ପିଲାସଂଖ୍ୟା ବଢ଼ିବା ଫଳରେ ୨୦୧୨ରେ ପଞ୍ଜାବର ମାଜରା ଗାଁରେ ଆଉ ଏକ କେନ୍ଦ୍ର ଖୋଲିଥିଲେ। ଏହି ଦୁଇ କେନ୍ଦ୍ରକୁ ୧୨୫ ପିଲା ଆସୁଛନ୍ତି। ସ୍କୁଲରେ ପଢା ଶେଷ ପରେ ସେମାନେ ୪ଟା ବେଳକୁ ଖେଳଶାଳାକୁ ଯାଉଛନ୍ତି। ଖେଳଶାଳାରେ ପହଞ୍ଚିବା ପରେ ସେମାନଙ୍କୁ ହୋମ୍‌ ଟାସ୍କ କରିବାରେ ଶିକ୍ଷକମାନେ ସାହାଯ୍ୟ କରୁଛନ୍ତି। ସେଠାରେ ସେମାନେ ଇଂଲିଶ ଖବରକାଗଜ ପଢୁଛନ୍ତି। ସାଧାରଣ ଜ୍ଞାନ, ଗଣିତ ଏବଂ ବିଜ୍ଞାନ ସମ୍ପର୍କରେ ମଧ୍ୟ ଶିକ୍ଷା ଦିଆଯାଉଛି। ଦିନକର ସବୁ ପାଠ ଶେଷ କରିବା ପରେ ସେମାନଙ୍କୁ ସ୍କା୍ବଶ ପ୍ରଶିକ୍ଷଣ ଦିଆଯାଉଛି। ସପ୍ତାହରେ ତିନି ଦିନ ଯୋଗ ଶିକ୍ଷା ଦିଆଯାଉଛି । ଦେଶ ବିଦେଶରୁ ପ୍ରାପ୍ତ ଅନୁଦାନରେ ଖେଳଶାଳା ଚାଲିଛି।