ଏଇ ଭାରତରେ

କୋଭିଡ୍‌-୧୯ରେ ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା କରୋନା ଯୋଦ୍ଧାମାନଙ୍କ ମଧ୍ୟରେ ଡ. ମନୋଜ ଗୋଏଲ ବି ଜଣେ, ଯିଏ ମହାମାରୀ ବ୍ୟାପିବା ଦିନଠାରୁ ଏଯାବତ ଛୁଟି ନ ନେଇ ୧୦୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ଚିକିତ୍ସା କରିସାରିଛନ୍ତିି। ୫୫ ବର୍ଷୀୟ ଗୋଏଲ ଗୁଡ୍‌ଗାଁଓର ଫର୍ଟିସ ମେମୋରିଆଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ଦୀର୍ଘ ଆଠମାସ ହେବ କୌଣସି ଛୁଟି ନ ନେଇ ଦିନ ରାତି ସଂକ୍ରମିତଙ୍କ ସେବାରେ ଲାଗିଛନ୍ତି। କୋଭିଡ ଆକ୍ରାନ୍ତଙ୍କ ପରିବାର ଯେତେବେଳେ ତାଙ୍କୁ କଲ୍‌ କରୁଛନ୍ତି ସେ ତାଙ୍କ ନିକଟରେ ପହଞ୍ଚୁଛନ୍ତି। ସକାଳ ୯ଟାରେ ମେଡିକାଲରେ ପହଞ୍ଚିବା ପରେ ପିପିଇ କିଟ୍‌ ପରିଧାନ କରିବା ପରେ ସନ୍ଧ୍ୟା ୭ଟାରେ ସେଥିରୁ ବାହାରି ଘରକୁ ଫେରନ୍ତି। ଏହି ସମୟ ମଧ୍ୟରେ ସେ କିଛି ଖାଆନ୍ତିନି କି ପିଅନ୍ତିନି। ଘରେ ବି ସେ ଏକ ଓ୍ବାର୍କ ଷ୍ଟେସନ ଖୋଲିଛନ୍ତି। ସେଠାରୁ ସେ ରୋଗୀଙ୍କ ଭଲ ମନ୍ଦ ବୁଝୁଛନ୍ତି।