ଏଇ ଭାରତରେ

ତାମିଲନାଡୁ ତ୍ରିଚି ସହରର ଏକ ମିଠା ଦୋକାନ ବ୍ୟବସାୟ କରିବା ସହ ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦେଉଛି। ଏହି ଦୋକାନ ୧୦୫ ବର୍ଷର। ତିନିପିଢ଼ି ହେବ ଏଠାରେ ମିିଠେଇ ବିକ୍ରି ହୋଇ ଆସୁୁଛି। ଏବକାର ପିଢ଼ି କାନନ ଏବଂ ରବିଚନ୍ଦ୍ରନ ଦୋକାନ ସମ୍ଭାଳୁଛନ୍ତି। ବଡ଼କଥା ହେଉଛି ଏହି ଦୋକାନରେ ମିଠେଇକୁ ବାଉଁଶ ପାଛିଆରେ ପ୍ୟାକ୍‌ କରି ଗ୍ରାହକମାନଙ୍କୁ ଦିଆଯାଉଛି। ମିଠେଇ ଦୋକାନର ନାମ ରଖାଯାଇଛି ‘ୟାନାଇ କୋଡାଇ ମିଠାଇ କଡାଇ’। ତାମିଲ ଭାଷାରେ ୟାନାଇ ଅର୍ଥ ହାତୀ।
ହାତୀ ବଡ଼ ଜୀବ ହୋଇଥିବାରୁ ଏଠାରେ ବି ବଡ ବଡ ମିଠାଇ ତିଆରି କରାଯାଉଛି। କୋଡାଇ ମିଠାଇ କଡାଇ ଅର୍ଥ ‘ବାସ୍କେଟ ସୁଇଟ୍‌ ସପ’୍‌ । ବାଉଁଶ ପାଛିଆ ସେମାନେ ସ୍ଥାନୀୟ କାରିଗରଙ୍କ ପାଖରେ ତିଆରି କରି ପାରମ୍ପରିକ ବୃତ୍ତିକୁ ବଞ୍ଚାଇ ରଖିବା ସହ ସେମାନଙ୍କୁ ଦୈନିକ ରୋଜଗାର ଯୋଗାଇ ଦେଇଛନ୍ତିି। ପାଖାପାଖି ୧୦ଟି ପରିବାର ମାସକୁ ଆବଶ୍ୟକ ହଜାର ହଜାର ପାଛିଆ ତିଆରି କରି ଯୋଗାଉଛନ୍ତି । ଦୋକାନରେ ମିଠେଇକୁ ପ୍ରଥମେ କାଗଜରେ ରଖି ପରେ ତାହାକୁ ବାଉଁଶ ପାଛିଆରେ ପ୍ୟାକ୍‌ କରାଯାଉଛି। ୧୦୫ ବର୍ଷର ପୁରୁଣା ଏହି ଦୋକାନରେ କାନନଙ୍କ ପୂର୍ବ ପିଢି କାଗଜ ବଦଳରେ କଦଳୀ ପତ୍ର ଉପଯୋଗ କରୁଥିଲେ। କିନ୍ତୁ ତାହା ଏବେ ସୁବିଧାରେ ମିଳୁ ନ ଥିବାରୁ ସେମାନେ କାଗଜ ବ୍ୟବହାର କରୁଛନ୍ତି। ବାଉଁଶ ପାଛିଆ ପାଇଁ ସେମାନେ ଗ୍ରାହକଙ୍କ ଠାରୁ କୌଣସି ଦେୟ ନେଉନାହାନ୍ତି। ତ୍ରିଚିକୁ ଯେଉଁମାନେ ବୁଲି ଯାଆନ୍ତି ସେମାନେ ଏହି ଦୋକାନରୁ ମିଠାଇ ଆଣିବାକୁ ଭୁଲୁନ୍ତିନି।