ଏଇ ଭାରତରେ

ତିନି ମହଲା କୋଠାରେ ଚାଷ ହେଉଛି ଓ ସେଥିରୁ ବର୍ଷକୁ ୭୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଜଣେ ପୂର୍ବତନ ସାମ୍ବାଦିକ। ଏହା ବିଶ୍ୱାସ କରି ନ ହେଉଥିଲେ ବି ବରେଲିର ରାମବୀର ସିଂ ଏହାକୁ ନିଶ୍ଚିତ କରିଛନ୍ତି। ସେ ତାଙ୍କ ତିନି ମହଲା ଘରେ ବିନା ମାଟିରେ ଅର୍ଥାତ୍‌ କେବଳ ପାଣିରେ (ହାଇଡ୍ରୋପୋନିକ୍ସ) ପଦ୍ଧତିରେ ଚାଷ କରୁଛନ୍ତି। ୨୦୧୮ରୁ ସେ ସାମ୍ବାଦିକ ପେସା ଛାଡ଼ି ବରେଲିଠାରୁ ୪୦ କିମି ଦୂର ତାଙ୍କ ପୈତୃକ ଘରେ ଏହି ଚାଷ ଆରମ୍ଭ କରିଥିଲେ। ସେ ତାଙ୍କ ଘରେ ହାଇଡ୍ରୋପୋନିକ୍ସ ପଦ୍ଧତିରେ ୧୦,୦୦୦ ଗଛ ଲଗାଇଛନ୍ତି। ବିଭିନ୍ନ ପ୍ରକାର ଶାଗ ଓ ପରିବା ଚାଷ କରୁ୍‌ଛନ୍ତି। ପିଭିସି ପାଇପ୍‌ ସେଟିଂ କରି ଏଭଳି ଚାଷ କରାଯାଉଛି ଏବଂ ଗଛକୁ ୧୬ ପ୍ରକାର ନ୍ୟୁଟ୍ରିଣ୍ଟ ପାଣି ମାଧ୍ୟମରେ ଯୋଗାଇ ଦେଉଛନ୍ତି ରାମବୀର। ସେ ତାଙ୍କର ଏହି ଘରର ନାଁ ଦେଇଛନ୍ତି ‘ଭିମ୍ପା ଅର୍ଗାନିକ ଆଣ୍ଡ୍‌ ହାଇଡ୍ରୋପୋନିକ୍ସ’। ରାମବୀର ଏହି ଫାର୍ମରୁ ୭୦ ଲକ୍ଷ ଟଙ୍କା ରୋଜଗାର କରିବା ସହ ଏହି କାର୍ଯ୍ୟରେ ଅନେକ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ଉକ୍ତ ଚାଷ ସମ୍ପର୍କରେ ସେ ଦୁବାଇରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ନେଇଛନ୍ତି।