ଏଇ ଭାରତରେ

ଭବିଷ୍ୟତରେ ଜଳ ସଙ୍କଟ ଦେଖାଦେବ। ଏଥିତ୍ପାଇଁ ଏବେଠାରୁ ଏହାର ବିକଳ୍ପ ଖୋଜିବାରେ ଲାଗିଛନ୍ତି ଅନେକ ବ୍ୟକ୍ତି, ଯେଉଁମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ବେଙ୍ଗାଲୁରୁର ବିକାଶ ବ୍ରହ୍ମବର। ବିକାଶ ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ, ଘର, ମଲ୍‌ ଆଦିର ଦୂଷିତ ପାଣିକୁ ପାନୀୟ ଉପଯୋଗୀ କରୁଛନ୍ତି। ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଓ ଇଣ୍ଟରନେଟ ଅଫ୍‌ ଥିଙ୍ଗ୍‌ସ (ଆଇଓଟି) ଭଳି ଉନ୍ନତ ଜ୍ଞାନକୌଶଳ ଉପଯୋଗ କରି ଦୂଷିତ ପାଣିକୁ ପାନୀୟଯୋଗ୍ୟ କରୁଛନ୍ତି। ସେ ପ୍ରଥମେ ଲଣ୍ଡନରେ କାମ କରୁଥିଲେ ଓ ୨୦୦୮ରେ ଭାରତକୁ ଫେରି ପ୍ରଥମେ ଏକ ଓ୍ବାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିଥିଲେ। ପରେ ୨୦୧୪ରେ ଦୂଷିତ ପାଣିକୁ ପାନୀୟଯୋଗ୍ୟ କରିବା କାର୍ଯ୍ୟ ଆରମ୍ଭ କରିଥିଲେ। ବିକାଶ ବୋନସନ୍‌ ହ୍ବାଇଟ୍‌ଓ୍ବାଟର (ବିଡବ୍ଲ୍ୟୁଡବ୍ଲ୍ୟୁ) ପଦ୍ଧତିିରେ ୧୧ଟି ସ୍ତରରେ ପାଣିକୁ ଫିଲ୍‌ଟର କରି ସେଥିରୁ ବିଭିନ୍ନ ପ୍ରକାର ଜୀବାଣୁ, ରାସାୟନିକ ଏବଂ ପ୍ରଦୂଷଣକାରୀ କଣିକା ଦୂର କରୁଛନ୍ତି। ଏବେ ବେଙ୍ଗାଲୁରୁ ଓ ହାଇଦ୍ରାବାଦର ଶିଳ୍ପ, ଆଇଟି ପାର୍କ, ମଲ୍‌ ଏବଂ ଆପାର୍ଟମେଣ୍ଟଗୁଡ଼ିକରେ ଓ୍ବେଷ୍ଟ ଓ୍ବାଟରକୁ ରିସାଇକେଲ କରୁଛନ୍ତି। ଏହି ପାନୀୟ ଜଳକୁ ନ୍ୟାଶନାଲ ଆକ୍ରିଡେଶନ ବୋର୍ଡ ଫର୍‌ ଟେଷ୍ଟିଂ ଆଣ୍ଡ୍‌ କାଲିବରେଶନ ଲାବୋରେଟୋରି(ଏନ୍‌ଏବିଏଲ୍‌) ପାନୀୟଯୋଗ୍ୟ ବୋଲି କହିଛି। ବିଡବ୍ଲ୍ୟୁଡବ୍ଲ୍ୟୁ ପଦ୍ଧତିିରେ ଦିନକୁ ୩୦,୦୦୦ରୁ ୪୦,୦୦୦ ଲିଟର ଓ ବଡ଼ ମଲ୍‌ଗୁଡ଼ିକରେ ଦିନକୁ ୧,୫୦,୦୦୦ ଲିଟର ପାଣି ରିସାଇକେଲ ହୋଇପାରୁଛି ବୋଲି କହିଛନ୍ତି ବିକାଶ।