ଏଇ ଭାରତରେ

ନିଷ୍ଠାପର ତଥା ନିରବଚ୍ଛିନ୍ନ ପ୍ରୟାସରେ ସମାଜର ବିକାଶ ସମ୍ଭବ, ଯାହା କରିଛନ୍ତି ମହାରାଷ୍ଟ୍ରର ଚଇତରାମ ପାଓ୍ବାର। ସେ ଗୋଟିଏ ଗାଁକୁ ସମ୍ପୂର୍ଣ୍ଣ ‘ସୋଲାର ଗାଁ’ କରିପାରିଛନ୍ତିିି। ଏଥିପାଇଁ ଚଇତରାମଙ୍କୁ ଲାଗିଯାଇଛି ୧୫ ବର୍ଷ। ଢୁଲେ ସହରଠାରୁ ୧୦୦ କି.ମି. ଦୂରରେ ଅବସ୍ଥିତ ଏହ ଆଦିବାସୀ ଗାଁର ଲୋକସଂଖ୍ୟା ୧୦୦୦। ଏବେ ଗାଁର ସମସ୍ତଙ୍କ ଘରେ କୁକର୍‌ଠାରୁ ଆରମ୍ଭ କରି ସୋଲାର୍‌ ଲାଇଟ ବ୍ୟବସ୍ଥା ରହିଛି। ସୋଲାର ପମ୍ପ ବି ଚାଲୁଛି ସୌର ଶକ୍ତିରେ। ଏହି ଦୁର୍ଗମ ଗାଁରେ ପୂର୍ବରୁ ଦିନକୁ ୧୨ ଘଣ୍ଟା ପାଓ୍ବାର କଟ୍‌ ହେଉଥିଲା। ଏହାଦ୍ୱାରା କୃଷି ବାଧାପ୍ରାପ୍ତ ହେଉଥିଲା। ତେବେ ସୋଲାର ପମ୍ପ ସୌର ଶକ୍ତିରେ ଚାଲୁଥିବାରୁ ଜଳସେଚନ ସମସ୍ୟା ଦୂର ହୋଇପାରିଛି। ଚଇତରାମ ଦୀର୍ଘ ୩୦ ବର୍ଷ ହେବ ନିଜକୁ ସମାଜସେବାରେ ଜଡିତ ରଖିଛନ୍ତି। ପାରମ୍ପରିକ ଶକ୍ତିର ବିକାଶ ଉପରେ ସେ ଅଧିକ ଗୁରୁତ୍ୱ ଦେଉଛନ୍ତି। ବନବାସୀ କଲ୍ୟାଣ ଆଶ୍ରମ ସଂଗଠନ ମାଧ୍ୟମରେ ସେ ଏହି କାର୍ଯ୍ୟକୁ ସଂଚାଳନ କରୁଛନ୍ତି। ଏହି କାର୍ଯ୍ୟ ଲାଗି ପ୍ରଧାନମନ୍ତ୍ରୀଙ୍କଠାରୁ ‘ରୁରାଲ ଆଚିଭର’ ପୁରସ୍କାର ଗ୍ରହଣ କରିଛନ୍ତି। କୃଷି , ଜଳ ସଂରକ୍ଷଣ, ବନୀକରଣ ପାଇଁ ବି ବିଭିନ୍ନ ଅଭିଯାନ ଚଳାଉଛନ୍ତି। ଏବେ ପାଖାପାଖି ଗାଁଗୁଡ଼ିକ ବାରିପଦା ଭଳି ସୋଲାର ଗାଁ ହେବା ଲାଗି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।