ଏଇ ଭାରତରେ

ଖତ କିମ୍ବା ରନ୍ଧନ ଗ୍ୟାସ୍‌ ଉପତ୍ାଦନରେ ଗୋବରକୁ ସୀମିତ ନ ରଖି ସେଥିରୁ ରିସାଇକେଲ ଯୋଗ୍ୟ ମୂର୍ତ୍ତି ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ତାମିଲନାଡୁର କୃଷକ ପି. ଗଣେଶନ। ମଦୁରାଇର ପେରୁଗମନାଲୁର ଗାଁରେ ରହୁଛନ୍ତି ଗଣେଶନ । ସେ ୫ ଏକର ଜମିରେ ଜୈବିକ ଚାଷ କରିବା ସହ ଗୋ ପାଳନ କରୁଛନ୍ତି। ଗୋମୂତ୍ର ଓ ଗୋବରରୁ ଜୀବାମୃତ ଓ ପଞ୍ଚଗବ୍ୟ ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି। ଏହା ବ୍ୟତୀତ ସେ ୫ ବର୍ଷ ପୂର୍ବେ ପ୍ରଥମେ ଗୋବରରେ ଗଶେଶ ମୂର୍ତ୍ତି କରିଥିଲେ ଏବଂ ୬୦ଟି ମୂର୍ତ୍ତି ବିକ୍ରି କରି ପାଇଥିଲେ ୧୨,୦୦୦ ଟଙ୍କା। ପରେ ଗଶେଶ ମୂର୍ତ୍ତିରୁ ସେ ଦ୍ୱିତୀୟ ବର୍ଷ ୨୫,୦୦୦ ଟଙ୍କା ଓ ତୃତୀୟ ବର୍ଷ ୭୫,୦୦୦ ଟଙ୍କା ରୋଜଗାର କରବା ପରେ ଅନ୍ୟ ସାମଗ୍ରୀ ତିଆରି କରିବା ଆରମ୍ଭ କରିଥିଲେ। ସେ କୁକୁମ ବକ୍ସ, ମସଲା ବକ୍ସ, ପେନ୍‌ ଷ୍ଟାଣ୍ଡ, ଫ୍ରୁଟ୍‌ ଷ୍ଟାଣ୍ଡ, ଓ୍ବାଲ ହ୍ୟାଙ୍ଗିଙ୍ଗ, ଡୋର ହ୍ୟାଙ୍ଗିଙ୍ଗ, ଧର୍ମୀୟ ସଙ୍କେତ, ଦେବୀଦେବଙ୍କ ମୂର୍ତ୍ତି ଓ ମୁଖା ଆଦି ୧୫୦ ପ୍ରକାର ଉପତ୍ାଦ ତିଆରି କରୁଛନ୍ତି। ଏବେ ସେ ୩୦ ଫୁଟ୍‌ ଉଚ୍ଚର ବୁଦ୍ଧମୂର୍ତ୍ତି ତିଆରି କରିଛନ୍ତି। ଏସବୁ କଳାକୃତି ୧୦ ବର୍ଷ ଯାଏ ରହିପାରିବ ବୋଲି କହନ୍ତି ଗଣେଶନ। ଏଗୁଡ଼ିକୁ ସେ ୩ ଟଙ୍କାରୁ ଆରମ୍ଭ କରି ୩,୦୦୦ ଟଙ୍କା ମୂଲ୍ୟରେ ବିକ୍ରି କରୁଛନ୍ତି। ଆଶ୍ଚର୍ଯ୍ୟର କଥା ସେ ଏହିସବୁ ସାମଗ୍ରୀ ତିଆରି କରିବା ଲାଗି କେବଳ ଗୋମୂତ୍ର ଓ ଗୋବର ହିଁ ବ୍ୟବହାର କରୁଛନ୍ତି। ଅନ୍ୟ କିଛି ଉପାଦାନ ସେ ଏଥିରେ ମିଶାଉ ନାହାନ୍ତି। ସଜ ଗୋବର ସଂଗ୍ରହ କରି ୧-୨ ଘଣ୍ଟା ମଧ୍ୟରେ ସେଥିରୁ ଏସବୁ ସାମଗ୍ରୀ ନିର୍ମାଣ କରାଯାଉଛି ଓ ୨୦ ଦିନ ପରେ ବିକ୍ରି ଯୋଗ୍ୟ ହୋଇପାରୁଛି।