ଏଇ ଭାରତରେ

ସମ୍ପ୍ରତି ମୋବାଇଲ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ତେବେ ଏହାର ଅତ୍ୟଧିକ ବ୍ୟବହାର ଯୋଗୁ ପାରିବାରିକ ଜୀବନରେ ଝଡ଼ ସୃଷ୍ଟିହୋଇ ସ୍ବାମୀ ଓ ସ୍ତ୍ରୀଙ୍କ ଝଗଡ଼ା ଶେଷରେ ପୋଲିସ ଷ୍ଟେଶନରେ ପହଞ୍ଚତ୍ଛି। ଏଭଳି ଏକ ଘଟଣା ଉତ୍ତରପ୍ରଦେଶର କୁଶାନଗରରେ ଘଟିଛି। ନେବୁଆ ନୌରଙ୍ଗିଆ ଅଞ୍ଚଳରେ ସ୍ତ୍ରୀ ମୋବାଇଲରେ ସବୁବେଳେ ବ୍ୟସ୍ତ ରହି ଘରକାମ ଓ ପୁଅର ପାଠପଢ଼ାକୁ ଅଣଦେଖା କରୁଥିଲେ। ଶେଷରେ ସ୍ବାମୀଙ୍କର ସହିବା ସୀମା ଟପିଯାଇଥିଲା। ସେ ସ୍ତ୍ରୀଙ୍କଠାରୁ ମୋବାଇଲ ଛଡ଼ାଇ ଆଣିଥିଲେ। ଫଳରେ କ୍ରୋଧ ବଶତଃ ସ୍ତ୍ରୀ ରାତିରେ ପୁଅକୁ ନେଇ ଘରୁ ବାହାରି ଯାଇଥିଲେ। ସ୍ବାମୀ ସେମାନଙ୍କୁ ଖୋଜିବା ପାଇଁ ବାହାରିଥିଲେ। ରାସ୍ତାରେ ସ୍ତ୍ରୀଙ୍କ ସହିତ ତାଙ୍କର ଦେଖାହେବା ପରେ ଉଭୟଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା। ଶେଷରେ ସେମାନେ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ସ୍ତ୍ରୀ ମୋବାଇଲ ନ ମିଳିଲେ ଘରକୁ ଫେରିବେ ନାହିଁ ବୋଲି କହିଥିଲେ। ପୋଲିସ ଉଭୟଙ୍କୁ ବୁଝାଶୁଝା କରି ଘରକୁ ପଠାଇଥିଲେ। ସେମାନେ ନୂଆ ଭାବେ ଜୀବନ ଆରମ୍ଭ କରିବେ ବୋଲି ଥାନାରେ ଶପଥ ନେଇ ଘରକୁ ଫେରିଥିଲେ।