ଏଇ ଭାରତରେ

ଜଣେ ଶିକ୍ଷକ ଦାୟିତ୍ୱ ତୁଲାଇବା ସହ ଚାଷରୁ ପାଖାପାଖି ୨୦ ଲକ୍ଷ ଟଙ୍କା ରୋଜଗାର କରିବା ଘଟଣା ସାମ୍‌ନାକୁ ଆସିଛି ଉତ୍ତରପ୍ରଦେଶରେ। ବାରବାଙ୍କି ଜିଲା ଦୌଲତପୁର ପ୍ରାଥମିକ ସ୍କୁଲର ଶିକ୍ଷକ ଅମରେନ୍ଦ୍ର ପ୍ରତାପ ସିଂଙ୍କ ଏଭଳି ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ସେ ବର୍ଷକୁ ସ୍କୁଲରୁ ୧.୨ ଲକ୍ଷ ଟଙ୍କା ଦରମା ପାଉଥିବାବେଳେ ଚାଷରେ ବ୍ୟୟ କରୁଛନ୍ତି ୩୦ ଲକ୍ଷ ଟଙ୍କା ଓ ୧୫ରୁ ୨୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ୨୦୧୪ରେ ସେ ଛୁଟିରେ ୩୦ ଏକର ପୈତୃକ ସମ୍ପତ୍ତିିରେ ଚାଷ ଆରମ୍ଭ କରିଥିଲେ। ଅନ୍‌ଲାଇନ ଟ୍ୟୁଟୋରିଆଲ ଓ ୟୁଟ୍ୟୁବରୁ ଚାଷ ସମ୍ପର୍କିତ ଜ୍ଞାନ ହାସଲ କରି ପ୍ରଥମେ ୧ ଏକର ଜମିରେ କଦଳୀ ଚାଷ କରି ସେଥିତ୍ରୁ ଲାଭ ପାଇବା ପରେ ହଳଦୀ,ଅଦା , କୋବି , ଧନିଆ,ରସୁଣ ଓ ମକା ଚାଷ କରିଥିଲେ ।
ଏସବୁ ଚାଷରେ ସଫଳତା ପାଇବା ପରେ ଏବେ ତରଭୁଜ, ଖରଭୁଜ,ଆଳୁ,ଛତୁ, କ୍ୟାପ୍ସିକମ୍‌ ଓ ଷ୍ଟ୍ରବେରୀ ,ଗହମ ମକା ଓ ବିଭିନ୍ନ ଫଳଚାଷ କରୁଛନ୍ତି। ଚାଷ ୬୦ ଏକରକୁ ବଢ଼ାଇଛନ୍ତି । ୨୦ ଏକର ଲିଜ୍‌ରେ ଆଣିଥିବାବେଳେ କିଣିିଛନ୍ତି ୧୦ ଏକର। ମୋଟରେ ଚାଷରୁ ୧ କୋଟି ବ୍ୟବସାୟ ହେଉଛି ଓ ଲାଭ ମିଳୁଛି୧୦-୨୦ ଲକ୍ଷ ଟଙ୍କା। ଅତି ଦରକାର ହେଲେ ସେ ସମୟେ ସମୟେ ଛୁଟି ନିଅନ୍ତି। ଲକ୍ଷ୍ନୌ ତାଙ୍କ ଘର ପାଖରୁ ୭୦ କି.ମି .ଓ ଏଠାରେ ସବୁ ଉପତ୍ାଦକୁ ସେ ବିକ୍ରି କରିଥାନ୍ତି। ଚାଷକାର୍ଯ୍ୟରେ ସ୍ଥାନୀୟ ଲୋକମାନଙ୍କୁ ବି ନିଯୁକ୍ତି ଦେବା ସହ ୩୫୦ କୃଷକଙ୍କୁ ଚାଷ ଲାଗି ଉତ୍ସାହିତ କରିଛନ୍ତି।